ବୋହୂ ସାକ୍ଷୀ ମହତାବଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ଭର୍ତ୍ତୃହରି, କହିଲେ- ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ଜାଣିନାହାଁନ୍ତି 

ଭୁବନେଶ୍ୱର: ବୋହୂ ସାକ୍ଷୀ ମହତାବଙ୍କ ଯୌତୁକ ନିର୍ଯାତନା ନେଇ ଅଭିଯୋଗ ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ତେବେ ବୋହୂଙ୍କ ଏହି ଅଭିଯୋଗ ସମ୍ପର୍କରେ ସେ ଏପର୍ଯ୍ୟନ୍ତ କିଛି ଜାଣିନଥିବା ଗଣମାଧ୍ୟମକୁ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି। ଏଥିସହିତ ଗତ ୪ ବର୍ଷ ହେଲା ତାଙ୍କ ପୁଅ, ବୋହୂ ଅଲଗା ରହୁଛନ୍ତି। ୪ ବର୍ଷ ହେଲା ତାଙ୍କ ପୁଅ ତାଙ୍କ ପତ୍ନୀଙ୍କ ବିରୋଧରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ବୋଲି ଭର୍ତ୍ତୃହରି କହିଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅବଗତ ଥିବା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆସିଥିଲା। ବୋହୂ ସାକ୍ଷୀ ମହତାବ ଏନେଇ ଥାନାରେ ଅଭିଯୋଗ କରିଥିଲେ ।  ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଫଆଇଆର ଦାୟର କରିଥିଲେ ସାକ୍ଷୀ। ଶ୍ୱଶୁର ଭର୍ତ୍ତୃହରି ମହତାବ ଓ ଶାଶୁ ମହାଶ୍ୱେତା ମହତାବଙ୍କ ନାଁରେ ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ସ୍ୱାମୀ ଲୋକରଞ୍ଜନ ମହତାବଙ୍କ ନାଁରେ ମଧ୍ୟ ସାକ୍ଷୀ ମହତାବ ଅଭିଯୋଗ ଆଣିଥିଲେ । ଯୌତୁକ ଦାବିରେ ଶାଶୁ, ଶ୍ୱଶୁର ଓ ସ୍ୱାମୀ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ସାକ୍ଷୀ। ଏପରିକି ନିର୍ଯାତନା ଯୋଗୁଁ ସେ ଭୋପାଳରେ ଆସି ରହୁଥିବା ଏଫଆଇଆର କପିରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର