କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଫରେଷ୍ଟ ରେଞ୍ଜ ଦୀନବନ୍ଧୁପୁର ଗ୍ରାମ୍ୟ ଜଙ୍ଗଲରେ ଶୁକ୍ରବାର ଦିନ ୨ଟାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଖବର ପାଇ ମନମୁଣ୍ଡା ଫରେଷ୍ଟର ପ୍ରକାଶ ସେଠୀଙ୍କ ତତ୍ତ୍ବାବଧାନରେ ନିଆଁଲିଭା ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।
ଗଛଡ଼ାଳ ଓ ଏୟାରପ୍ରେସର ସାହାଯ୍ୟରେ ଦେଢ଼ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ସ୍ଥାନୀୟ ଲୋକେ ମହୁଲ ଗୋଟାଇବା ପାଇଁ ଗଛତଳ ସଫା କରିବାକୁ ଯାଇ ନିଆଁ ଲଗାଇ ଦେଉଥିବାରୁ ଏହା କ୍ରମଶଃ ବଢ଼ି ଜଙ୍ଗଲମୁହାଁ ହେଉଛି। ନିଆଁରେ ଅନେକ ଗଛ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଖରାଦିନ ଆରମ୍ଭ ହୋଇଥିବାରୁ ଜଙ୍ଗଲରେ କିଭଳି ନିଆଁ ନ ବ୍ୟାପିବ ସେ ନେଇ ବନ ବିଭାଗ ନଜର ରଖିଥିବା ମନମୁଣ୍ଡା ରେଞ୍ଜ ଅଫିସର ଶ୍ରୀବତ୍ସ କୁମୁରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/36-12.jpg)