ବଲାଙ୍ଗୀର: କିଛିଦିନ ଆଗରୁ ଜିଲ୍ଲାପାଳଙ୍କ ସହିତ ମୁହାଁମୁହିଁ ହୋଇଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। କିନ୍ତୁ ବୁଧବାର ସଂଧ୍ୟାରେ ଅନ୍ୟ ଏକ ଘଟଣାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜା କଣ୍ଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ସମୟରେ ନିଜେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏପରିକି ପୁଲିସ ସହିତ ଉଚ୍ଚବାଚ ହେଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି।
ଖବର ଲେଖା ଯିବା ସୁଦ୍ଧା, କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଦୁଇ ତିନିଦିନ ଆଗରୁ ଆଲିସାନ ହୋଟେଲରେ ସେଜି ସିଂହ ସାଲୁଜାଙ୍କ କୌଣସି କାରଣକୁ ନେଇ ଉଚ୍ଚବାଚ ହୋଇଥିଲା। ଯାହାର ପରିଣାମ ଆଜି ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅଙ୍କୁ ଆକ୍ରମଣ ହୋଇଥିବା ଓ ଘଟଣାସ୍ଥଳକୁ ପୁଲିସ ପହଞ୍ଚିଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଆଇପିସି ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରି ସେଜି ସିଂହ ସାଲୁଜାଙ୍କୁ ଗିରଫ କରିଛି। କିନ୍ତୁ ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ହେଲେ ବାପ ପରେ ପୁଅର ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚା ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/arrest.jpg)