ଆନ୍ଧ୍ର ମାଛରେ ଫର୍ମାଲିନ୍ : ଆସାମରେ ବ୍ୟାନ୍‌ ପରେ ଓଡ଼ିଶାରେ ହଲଚଲ, ଲୋକେ ଭୟଭୀତ, ନମୂନା ଯିବ ପରୀକ୍ଷାଗାର

ଗୌହାଟି: ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛକୁ ତାଜା ରଖିବା ପାଇଁ ଏଥିରେ ମାରାତ୍ମକ ରାସାୟନିକ ଦ୍ରବ୍ୟ ଫାର୍ମାଲିନ ବ୍ୟବହାର  କରାଯାଉଛି। ଏହି ଫର୍ମାଲିନ କ୍ୟାନସର ରୋଗର କାରକ ହୋଇଥିିବାରୁ ଓ ପରୀକ୍ଷାଗାରରେ ଆନ୍ଧ୍ରାମାଛରେ ଫର୍ମାଲିନ ଦିଆଯାଉଥିବା ଜଣାପଡ଼ିବା ପରେ ଆସାମ ସରକାର ଆନ୍ଧ୍ର ମାଛର ଆମଦାନୀ ଓ ବିକ୍ରିି ଉପରେ ବ୍ୟାନ ଲଗାଇଛନ୍ତି। ଆସାମ ସରକାର ଆନ୍ଧ୍ର ମାଛ ଉପରେ ବ୍ୟାନ ଲଗାଇବା ପରେ ହଲଚଲ ଆରମ୍ଭ ହୋଇଛିି ଓଡ଼ିଶାରେ। ବିଶେଷ କରି ଓଡ଼ିଶାର ପ୍ରାୟ ୮୦ ପ୍ରତିଶତ ମାଛ ଚାହିଦା ଆନ୍ଧ୍ରପ୍ରଦେଶ ସମ୍ଭାଳୁ ଥିବାରୁ ଏ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଲୋକଙ୍କ ଭୟକୁ ଆଖିଆଗରେ ରଖି ରାଜ୍ୟ ସରକାର ଆନ୍ଧ୍ରାମାଛକୁ ପରୀକ୍ଷା ପାଇଁ ଲାବୋରୋଟୋରିକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ପଦକ୍ଷେପ ନେବାକୁ ମତ୍ସ୍ୟସମ୍ପଦ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଆସାମ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପିଜୁସ ହଜାରିକା ଗତକାଲି ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟରୁ ଆସାମକୁ ଆସିଥିବା ମାଛରେ ଫର୍ମାଲିନ ଥିବା ଲାବୋରୋଟୋରି ପରୀକ୍ଷାରୁ ଜଣାପଡ଼ିିଛି ଓ ଏଥିପାଇଁ ଆନ୍ଧ୍ରାମାଛ ଆବଦାନୀ ଓ ବିକ୍ରି ଉପରେ ଆସାମ ସରକର ବ୍ୟାନ୍‌ ଲଗାଇଛନ୍ତି ବୋଲି ଘୋଷଣା କରିଥିଲେ। ଯେଉଁମାନେ ସରକାରୀ ଆଇନକୁ ଅବମାନନା କରି ଫର୍ମାଲିନ ଦିଆଯାଇଥିବା ମାଛ ବିକ୍ରି କରିବେ ସେମାନଙ୍କୁ ୨ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହଜାରିକା କହିଥିଲେ। ଫଳରେ ଗତକାଲି ଠାରୁ ଆସାମରେ ଆନ୍ଧ୍ରାମାଛ ବିକ୍ରି ବନ୍ଦ ହୋଇ ଯାଇଛିି। ଏ ଖବର ଆଜି ପ୍ରଚାରିତ ହେବା ପରେ ଓଡ଼ିଶାରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ ଏ ପ୍ରକାର ଅଭିଯୋଗ ସରକାରଙ୍କ ପାଖରେ କେହି କରି ନାହାନ୍ତି। ତଥାପି ଏ ନେଇ ଏକ କମିଟି ଗଠନ କରାଯାଇ ଆନ୍ଧ୍ରା ମାଛର ନମୂନା ସଂଗ୍ରହ କରାଯିବ ।ଏହି ନମୂନାକୁ ପରୀକ୍ଷା ପାଇଁ ଲାବେରୋଟୋରିକୁ ପଠାଯିବ । ଲାବୋରୋଟୋରି ରିିପୋର୍ଟରେ ଫମାଲିନ୍‌ ମିଶିଥିବାର ସୂଚନା ମିଳିଲେ ରାଜ୍ୟ ସରକାର ଦୃଢ଼ କାଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି।

ସେହପରି ସ୍ୱାସ୍ଥ୍ୟ ଓ ପରିବା କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଘଟଣାର ଅନୁଧ୍ୟାନ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର