ଜେଲରୁ ମୁକୁଳିଲେ ମୁକୁରୁ, ଗାଁ ମାଟିକୁ ଦେଖି ଭାବବିହ୍ୱଳ

ରାଉରକେଲା: ‘‘ସାମାନ୍ୟ କଥାକୁ ନେଇ ପୁତୁରାକୁ ଟାଙ୍ଗିଆରେ ହାଣି ଦେଲି। ପୁତୁରା ବୋହୂ ମୋ ନାଁରେ ହତ୍ୟା ଅଭିଯୋଗ ଆଣିଲେ। ସବୁ ଘଟଣାକୁ ମୁଁ ପୁଲିସ ପାଖରେ ସ୍ବୀକାର କଲି। ଆଜୀବନ ସଜା କାଟିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଲେ। ୧୬ ବର୍ଷ ରହିବା ଭିତରେ ବହୁତି କିଛି ଘଟଣା ଦୁର୍ଘଟଣା ଘଟିଯାଇଛି। ସେସବୁ କଥା କେବେ ଭୁଲି ହେବନି। ଗତ ବର୍ଷ ଭାଉଜ ଆରପାରିକୁ ଚାଲିଗଲେ ତାଙ୍କ ଶେଷ ସମୟରେ ଦେଖିପାରିଲିନି। ମୋର ଗୋଟିଏ ପୁଅ। ତା’ ବାହାଘର ବଡ଼ ଆକାରରେ କରିବି ବୋଲି ଭିବିଥିଲି। କିନ୍ତୁ ସେ ବାହା ହେଲା ମୁଁ ଦେଖିପାରିଲିନି। ଏମିତି ଅନେକ କଥା ୧୬ ବର୍ଷ ଭିତରେ ସବୁ ହଜିଯାଇଛି’’ ଏଭଳି କିଛି କୋହଭରା କଣ୍ଠରେ କହିଛନ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜେଲରୁ ମୁକୁଳିଥିବା କଏଦୀ ହେଉଛନ୍ତି ମୁକୁରୁ ନାୟକ (୬୧)।

ସୂଚନା ଅନୁଯାୟୀ, ଲହୁଣୀପଡ଼ା ବ୍ଲକ୍‌ର କୃପଷି କଲୋନିରେ ମୁକୁରୁଙ୍କ ଘର। ୨୦୦୮ ଜୁନ୍‌ ୧୬ ତାରିଖ ଦିନ ସକାଳେ କୌଣସି ଏକ କାମରେ ମୁକୁରୁ ବାହାରକୁ ଯାଇଥିଲେ। ସେ ଦିନ ଅପରାହ୍ନରେ ମୁକୁରୁ ନିଶା ସେବନ କରି ଘର ତାଲା ପକାଇ ଦେଇଥିଲେ। ତାଙ୍କ ପୁତୁରା ଆସି ଏହାକୁ ବିରୋଧ କରିଥିଲେ। ପରେ ଦୁହିଁଙ୍କ ଭିତରେ ବଡ଼ ଧରଣର ଯୁକ୍ତତର୍କ ହେଲା। ମୁକୁରୁ ଭୀଷଣ ରାଗି ଯାଇ ଅଜାଣତରେ ଟାଙ୍ଗିଆରେ ପୁତୁରାର ବେକକୁ ହାଣି ଦେଇଥିଲେ। ପରେ ତାକୁ ସ୍ଥାନୀୟ ଡାକ୍ତରଖାନାକୁ ମଧ୍ୟ ନେଲେ। ପୁତୁରାକୁ ଭଲ କରିବା ପାଇଁ ନିଜ ସାମର୍ଥ୍ୟ ଅନୁଯାୟୀ ବୁହୁତ ଚେଷ୍ଟା କରିଥିଲେ। କିନ୍ତୁ ସେ ବେଶୀ ଦିନ ବଞ୍ଚିଲାନି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପୁତୁରାର ମୃତ୍ୟୁ ହୋଇଥିଲା। ପରେ ତାଙ୍କ ପୁତୁରା ବୋହୂ ଲହୁଣୀପଡ଼ା ବ୍ଲକ୍‌ର ରଜାମୁଣ୍ଡା ଥାନାରେ ମୁକୁରୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସର ନିର୍ଦ୍ଦେଶ କ୍ରମେ ମୁକୁରୁ ଥାନାକୁ ଯାଇ ସବୁ ଘଟଣାକୁ ସ୍ବୀକାର କରିଥିଲେ। ରଜାମୁଣ୍ଡା ପୁଲିସ ୨୦୦୮ ମସିହାରେ ମୁକୁରୁଙ୍କୁ ଗିରଫ କରି ତାଙ୍କୁ କୋର୍ଟଚାଲାଣ କରିଥିଲା।

ପରେ ମାମଲା କୋର୍ଟକୁ ଯିବା ପରେ କୋର୍ଟ ତାଙ୍କୁ ଆଜୀବନ ସଜା କାଟିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ପ୍ରଥମେ ତାଙ୍କୁ ବଣାଇଗଡ଼ ସ୍ବତନ୍ତ୍ର ଜେଲ୍‌ରେ ୨୦୧୯ ପର୍ଯ୍ୟନ୍ତ ସଜା କାଟିଥିଲେ। କରୋନା ମହାମାରୀ ସମୟରେ ତାଙ୍କୁ ରାଉରକେଲା ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଥିଲା। ସେ ଜେଲ୍‌ରେ ଥିବା ବେଳେ ଲୁଗା ବୁଣା, ରୋଷେଇ, ଗଛ ଲଗାଇବା ଆଦି କାର୍ଯ୍ୟକରୁଥିଲେ। ଜେଲ୍‌ ଭିତରେ ଥିବା ସମସ୍ତ କଏଦୀମାନଙ୍କ ସହ ତାଙ୍କର ଭଲ ସଂପର୍କ ରଖୁଥିଲେ। ମୁକୁରୁଙ୍କ ଗତିବିଧିକୁ ଦେଖି ଜେଲ୍‌ କର୍ତ୍ତୃପକ୍ଷ ରାଜ୍ୟ ସେଣ୍ଟନ୍ସ ବୋର୍ଡକୁ ତାଙ୍କ ରିପୋର୍ଟ ପଠାଇଥିଲେ। ସେହି ରିପୋର୍ଟ ଅନୁସାରେ ତାଙ୍କୁ ଆଜି ଜେଲ୍‌ରୁ ଖଲାସ କରାଯାଇଛି। ଆଜି ସକାଳେ ମୁକୁରୁଙ୍କ ଏକ ମାତ୍ର ପୁଅ ଗୁଣନିଧି ଆଜି ମୁକୁରୁଙ୍କୁ ଜେଲରୁ ନେଇଥିଲେ। କିନ୍ତୁ ସେ ଜେଲ୍‌ରୁ ବାହାରିବା ପରେ ଖୁସି କହିଲେ କେବଳ ମା ମାଟି ଦେଖିବେ କହି ଭାବବିହ୍ୱଳ ହୋଇପଡ଼ିଥିଲେ। ଗତ ବର୍ଷ ତାଙ୍କ ଭାଉଜ ଆରପାରିକୁ ଚାଲିଗଲେ ଓ ପୁଅ ବାହାଘର ଦେଖିପାରିଲେନି ତାଙ୍କର ଅବସୋସ ରହିଯାଇଛି।

ସମ୍ବନ୍ଧିତ ଖବର