ବୈପାରିଗୁଡା: ଶ୍ମଶାନରେ ଶବ ଦାହ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ପୋଖରୀରେ ବୁଡ଼ି ଜଣକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ପାଣ୍ଡିପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା।
ରବିବାର ପାଣ୍ଡିପଡା ଗ୍ରାମର ଗୁପ୍ତ ନାୟକଙ୍କ ସମେତ ଗ୍ରାମର ଗ୍ରାମବାସୀ ମୃତ୍ୟୁ ବ୍ୟକ୍ତିଙ୍କ ଶବ ସତ୍କାର ନିମନ୍ତେ ଶ୍ମଶାନକୁ ଯାଇଥିଲେ। ଶୁଦ୍ଧି ପାଇଁ ଗ୍ରାମବାସୀ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସମସ୍ତେ ଗାଧୋଇବା ସାରି ଘରକୁ ଫେରିଥିଲେ କିନ୍ତୁ ଗୁପ୍ତ ଆଉ ଘରକୁ ଫେରି ନଥିଲେ।
ଗୁପ୍ତ ଘରକୁ ନ ଫେରିବାରୁ ତାଙ୍କ ମା’ ସମସ୍ତଙ୍କୁ ପଚରାଉଚରା କରିବା ସହ ଖୋଜାଖୋଜି କରିଥିଲେ। ଗ୍ରାମବାସୀ ମଧ୍ୟ ଗୁପ୍ତଙ୍କର ମା’ଙ୍କ ସହ ଖୋଜିଥିଲେ। ପୋଖରୀ ହୁଡ଼ା ନିକଟରେ ଗୁପ୍ତଙ୍କ ଚପଲ ଥିବା ଦେଖି ସେ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ପୋଖରୀ ଭିତରେ ଖୋଜିବା ଆରମ୍ଭ କରିଥିଲେ।
ବହୁ ସମୟ ଧରି ନପାଇବାରୁ ବୈପାରିଗୁଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରେ ଖୋଜି ମୃତଦେହ ଉଦ୍ଧାର କରି ମୃତଦେହ ସ୍ଥାନୀୟ ସରପଞ୍ଚ ରୋହିତ କୁମାରଙ୍କ ଉପସ୍ଥିତିରେ ହସ୍ତାନ୍ତର କରିଥିଲେ। ବୈପାରିଗୁଡା ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
Koraput
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/31/after-burning-the-corpse-the-young-man-returned-as-a-corpse-himself-2025-08-31-19-58-52.jpg)