ବୌଦ୍ଧ: କୋଭିଡ-୧୯ ପ୍ରତିରୋଧ ପାଇଁ ଜାରି ରହିଛି ଲକ୍ଡାଉନ୍। ସ୍ଥିତିର ଗମ୍ଭିରତା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କଡ଼ାକଡ଼ି ନିୟମ କରାଯାଇଛି। ସାରା ସହର ଶୂନଶାନ୍ ଥିବା ଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ଦୁଇ କଅଁଳ ଶିଶୁକୁ ନେଇ ଦୁଇ ମହିଳା ସମେତ ଗୋଟେ ପରିବାରକୁ ଆଜି ବୌଦ୍ଧ ଟାଉନରୁ ଚାଲି ଚାଲି ୩୦ କିଲୋମିଟର ଦୂର ବାଟ ନିଜ ଘରକୁ ଫେରିଛନ୍ତି। ନିଜ ପୁଅର ସ୍ବାସ୍ଥ୍ୟ ଚିନ୍ତାରେ ଭାଙ୍ଗି ପଡିଥିବା ପରିବାରକୁ ସହିବାକୁ ପଡିଛି ପାହାଡ଼ ତୁଲ୍ୟ ଯନ୍ତ୍ରଣା। ବୌଦ୍ଧ ଜିଲ୍ଳା ବାଉଁଶୁଣି ଥାନା ଅନ୍ତର୍ଗତ ଯଶୋବନ୍ତୀ ବାଦୀ(୩୨) ତାଙ୍କ ଚାରି ବର୍ଷର ପୁଅର ପେଟ ଯନ୍ତ୍ରଣା ପାଇଁ ଗୁରୁବାର ଅପରାହ୍ନରେ ବୌଦ୍ଧ ମୁଖ୍ୟଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସା ପରେ ସାରା ରାତି ମେଡ଼ିକାଲ ବାରଣ୍ଡାରେ କଟାଇଲେ। ଆଜି ଡାକ୍ତରଖାନା ପରିସର ଛାଡିବାକୁ କୁହାଗଲା। ୧୦୮ ଅମ୍ବୁଲାନସରେ ଡାକ୍ତରଖାନା ଆସିଥିଲେ। ତେବେ ଲକ୍ଡାଉନ୍ ଯୋଗୁଁ ଯିବା ପାଇଁ ଆଜି କୌଣସି ଓଟୋ କିମ୍ବା ଗାଡ଼ି ପାଇଲେ ନାହିଁ। ମେଡ଼ିକାଲ ନିଟକରେ ଠିଆ ଥିବା ଅଟୋ ସେମାନଙ୍କୁ ଯିବା ପାଇଁ ମନା କରିଦେଇଥିଲେ। ଦିନ ପ୍ରାୟ ୧୨ଟା ସମୟରେ ସେମାନେ ବାଧ୍ୟ ହୋଇ ଅସୁସ୍ଥ ଶିଶୁକୁ ନେଇ ଚାଲି ଚାଲି ବାଉଁଶୁଣି ଯାଇଥିଲେ। ସାଙ୍ଗରେ ଆଉ ଏକ ଦେଢ଼ ବର୍ଷର ଶିଶୁ ମଧ୍ୟ ଥିଲା। ଟାଣ ଖରା ସାଙ୍ଗକୁ ଚାଲିବାର ଯନ୍ତ୍ରଣା ତାଙ୍କ ଗତିରୁ ଜଣାପଡିଥିଲା। ଅପରପକ୍ଷେ ଗତ ବୁଧବାର ଦିନ ସମ୍ବାଦ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଉଥିବା ରୋଗୀଙ୍କୁ ତାଙ୍କ ଘରେ ଛାଡିବା ପାଇଁ ଅସ୍ଥାୟୀ ଭାବେ ଅଟୋ ରିକ୍ସାକୁ ପାସ୍ ଦେବାର ବ୍ୟବସ୍ଥା କରିଥିଲେ। ବୁଧବାର ଦିନ ଜହ୍ନାପଙ୍କ ଓ ବଘିଆପଡା ଅଞ୍ଚଳର କିଛି ରୋଗୀଙ୍କୁ ଛଡା ମଧ୍ୟ ଯାଇଥିଲା। ଏହି ବ୍ୟବସ୍ଥାକୁ ଜାରି ରଖିବାକୁ ଜିଲ୍ଲାପାଳ ଅଟୋ ଚାଳକ ସଂଘକୁ ନିର୍ଦ୍ଦେଶ ଦେଇଥିଲେ। ରୋଗୀଙ୍କ ମେଡ଼ିକାଲ ଡିସ୍ଚାର୍ଜ ପେପର୍ ଦେଖାଇ ଥାନାରୁ ଅସ୍ଥାୟୀ ପାସ୍ ସଂଗ୍ରହ କରିବାକୁ ଏସ୍ପି ଭି.ରଘୁନାଥ ରାଓ ଅଟୋ ଚାଳକଙ୍କୁ କହିଥିଲେ। ଏହା ସତ୍ବେ ଆଜିର ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଉଥିବା ରୋଗୀଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ବୌଦ୍ଧ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଲେ ୩୦କିମି ଚାଲି ଚାଲି ଗଲେ
ଟାଣ ଖରାରେ ଝାଉଁଳି ପଡ଼ିଥିଲେ ଦୁଇ କଅଁଳ ଶିଶୁ
/sambad/media/post_attachments/wp-content/uploads/2020/03/87ethte9u9t8eujtejjjjjjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)