ଭୁବନେଶ୍ୱର: ବାତ୍ୟା ‘ଫନି’ ହେତୁ କ୍ଷୟକ୍ଷତି ହୋଇଥିବା ଜିଲ୍ଳାଗୁଡ଼ିକର ସ୍ଥିତି ସମୀକ୍ଷା କରିବା ପାଇଁ ରବିବାର ସଂନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଆଜି ଏହି ଟିମ୍ ବାତ୍ୟାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର କିଛି ଅଞ୍ଚଳ ବୁଲି ଦେଖିଛନ୍ତି। ବ୍ରହ୍ମଗିରିର ହସିନାପୁର ଏବଂ କୃଷ୍ଣପ୍ରସାଦ ବ୍ୟତୀତ କଣାସ ଓ ପିପିଲିରେ ପହଞ୍ଚି କେନ୍ଦ୍ରୀୟ ଟିମ୍ ସ୍ଥିିତି ସମୀକ୍ଷା କରିଛନ୍ତି।
ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ମଧ୍ୟ ୬ ଜଣିଆ କେନ୍ଦ୍ରୀୟ ଟିମ୍ ଯାଇ ପହଞ୍ଚିଛନ୍ତି। ସେମାନେ ଜଟଣୀ ଅଞ୍ଚଳ ବୁଲି ଲୋକଙ୍କୁ ଚାଷବାସ ଓ ବେପାରବେଉସା ଉଜୁଡ଼ିବା ସଂପର୍କରେ ଭଲମନ୍ଦ ପଚାରି ବୁଝିଛନ୍ତି।
ଉଲ୍ଲେଖଯୋଗ୍ୟ, ବାତ୍ୟା କ୍ଷୟକ୍ଷତି ଆକଳନ ହେତୁ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସରାକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ରାଜ୍ୟର ବରିଷ୍ଠ ଅଧିକାରୀ ଏକ ବୈଠକ ଡକାଇ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଥିଲେ କି ଆଜି ସଂଧ୍ୟା ସୁଦ୍ଧା ପୁରୀରେ ସମସ୍ତ ବ୍ୟାଙ୍କ୍ କାର୍ଯ୍ୟକ୍ଷମ ହେବ। ଯେଉଁ ବ୍ୟାଙ୍କ୍ରେ ଇଣ୍ଟର୍ନେଟ୍ ସେବା ହୋଇପାରିବ ନାହିଁ ସେଠାରେ ଅଫ୍ଲାଇନ୍ କାମ ହେବ।