‘ଫନି’ ପରେ ସ୍ଥିତି ସମୀକ୍ଷା କରିବାକୁ ଓଡ଼ିଶାରେ ପହଞ୍ଚିଲେ ନୌସେନାର ଭାଇସ୍‌ ଆଡମିରାଲ

ଭୁବନେଶ୍ୱର: ଗତକାଲି ସାମୁଦ୍ରିକ ଛଡ଼ ‘ଫନି’ ଓଡ଼ିଶାକୁ ଛାରଖାର କରି ଦେଇଛି। ଅତିରିକ୍ତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟାକୁ ୨୦୦ କିଲୋମିଟର ଛୁଇଁବା ପରେ ଶ୍ରୀହୀନ ହୋଇପଡ଼ିଛି ଓଡ଼ିଶା। ବାତ୍ୟାରେ ଓଡ଼ିଶା କିପରି ଭାବେ ପ୍ରଭାବିତ ହୋଇଛି ସ୍ଥିତି ସମୀକ୍ଷା ପାଇଁ ନୌସେନାର ଭାଇସ୍‌ ଆଡମିରାଲ୍‌ କରମବୀର ସିଂହ ଶନିବାର ଓଡ଼ିଶାର ଆଇଏନ୍‌ଏସ୍‌ ଚିଲିକାରେ ପହଞ୍ଚି ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖିଛନ୍ତି।

 

ସେହିପର ‘ଫନି’ ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଇଣ୍ଡିଆନ୍‌ କୋଷ୍ଟ୍‍ ଗାର୍ଡସର ଡିଜାଷ୍ଟର୍‌ ରିଲିଫ୍‌ ଟିମ୍‌। ସେମାନେ ଓଡ଼ିଶାର ଗାଁରେ ବୁଲି ରିଲିଫ୍‌ ବଣ୍ଟନ କରିଛନ୍ତି। ଓଡ଼ିଶା ଡିଜାଷ୍ଟାର୍‌ ରାପିଡ୍‌ ଆକ୍ସନ ଫୋର୍ସ (ଓଡ୍ରାଫ)ଟିମ୍‌ ପାରାଦୀପର ବିରାଡ଼ି ଗ୍ରାମରେ ପହଞ୍ଚି ରିଲିଫ୍‌ ବାଣ୍ଟିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର