କଟକ: ଟିକଟକ ମାୟାରେ ଯୁବପିଢ଼ୀ | ସ୍ଥିତି ଏମିତି ହୋଇଛି ଯେ ନିଜ କାର୍ଯ୍ୟସ୍ଥଳରେ ବି ଟିକଟକ ଭିଡିଓ ସୁଟିଂ କରିବାରେ ଲାଗିପଡିଛନ୍ତି | ମାଲକାନଗିରି ମେଡିକାଲ ପରେ ଏବେ କଟକ ବଡ ମେଡିକାଲରୁ ଟିକଟକ ଭିଡିଓର ଦୃଶ୍ୟ ସୁଟିଂ ହୋଇଥିବାର ଘଟଣା ସାମ୍ନାକୁ ଆସିଛି | କଟକ ଏସସିବି ଅସ୍ଥିଶଲ୍ୟ ବିଭାଗର ୨ ଜଣ ମହିଳା କର୍ମଚାରୀ କାମ କରିବା ସମୟରେ ଏଭଳି ଏକ ଭିଡିଓ ସୁଟିଂ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି |
ସେମାନଙ୍କ ଏହି ଭିଡିଓ ସୁଟିଂ ସମୟରେ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଥିବା ସ୍ପଷ୍ଟ ଜଣାପଡିଛି | ପୂର୍ବରୁ ମାଲକାନଗିରି ଏସଏନସିୟୁ ବିଭାଗରେ ୪ ଜଣ ନର୍ସ ଏକ ଟିକଟିକ ଭିଡିଓ ପୋଷ୍ଟ କରିଥିଲେ | ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ଏହାପରେ ସିଡିଏମଓ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ବାଧ୍ୟତାମୂଳକ ଛୁଟିରେ ପଠାଇଦେଇଥିଲେ |
/sambad/media/post_attachments/wp-content/uploads/2019/06/tiktak-750x410-1-750x410-1-300x164.jpg)
ଏସ୍ଏନ୍ସିୟୁ ଦାୟିତ୍ବରେ ଥିବା ମହିଳା କର୍ମଚାରୀମାନେ ବିଭିନ୍ନ ସମୟରେ ଭିଡିଓ କରି ତାହାକୁ ପରବର୍ତୀ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ମଜଲିସ ସମୟର ଏହି ଭିଡିଓ ଗୁଡ଼ିକ ଭାଇରାଲ ହେବାପରେ ଉଭୟ ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/IMG_20190628_165006.jpg)