ରାୟଗଡା: ରାୟଗଡା ଜିଲ୍ଲାକୁ ଆସନ୍ତ ୭ ଓ ୮ ତାରିଖ ଦିନ ଦୁଇ ଦିନିଆ ରାୟଗଡା ଗସ୍ତରେ ଭିକେ ପାଣ୍ଡିୟାନ ଆସୁଥିବା ବେଳେ ଜିଲ୍ଲା ରୂପ ରେଖ ବଦଳୁଥିବା ଲକ୍ଷ୍ୟ କରାଯାଇଛି।ସେଥିମଧ୍ୟରୁ ସର୍କିଟ ହାଉସର ଚିତ୍ର ମଧ୍ୟ ବଦଳୁଛି।ଦୀର୍ଘ ବର୍ଷ ହେଲା ରାୟଗଡା ସର୍କିଟ ହାଉସ ଶୋଚନୀୟ ହୋଇ ପଡି ରହିଥିଲା।ସର୍କିଟ ହାଉସର ପରିବେଶ ଏକ ପ୍ରକାର ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ସହ କୋଠା ଗୃହଗୁଡିକ ରଂଗ ମରାଯାଇନଥିବାରୁ ଅସୁନ୍ଦର ଦେଖାଯାଉଥିଲା।ଏନେଇ ବହି ରାଜ୍ୟସ୍ତରୀୟ ଅଧିକାରୀ ସହ ନେତାମାନେ ଏହାର ମରାମତି କରାଯାଇ ସର୍କିଟ ହାଉସର ଚିତ୍ର ବଦଳାଯାଉ ବୋଲି ନିର୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିଲା।ଏତେ ମନ୍ତ୍ରୀ ଏବଂ ରାଜ୍ୟସ୍ତରୀୟ ପଦାଧିକାରୀ ଏହି ସର୍କିଟ ହାଉସକୁ ଆସୁଥିଲେ ମଧ୍ୟ ଏହାର କୌଣସି ଚିତ୍ର ବଦଳି ନଥିଲା।ଦୀର୍ଘ ବର୍ଷ ଧରି ଏଭଳ ଅବହେଳିତ ହୋଇ ପଡି ରହିଥିଲା।
ଏବେ କିନ୍ତୁ ୫ଟି ସଚିବ ପାଣ୍ଡିୟାନ ଆସୁଥିବା ଖବର ପ୍ରଚାର ହେବା ପରେ ସର୍କିଟ ହାଉସକୁ ମରାମତି ସହ ରଂଗ ଦିଆଯାଉଛି।ପାଣ୍ଡିୟାନ ଆସିବା ପୂର୍ବରୁ ଏହାକୁ ଚକାଚକ କରାଯିବାକ ନିର୍ଦେଶ ରହିଛି।ତେବେ ସର୍କିଟ ହାଉସର ଏଭଳି ରୂପରେଖ ବଦଳୁଥିବାରୁ ନେତା ଏବଂ ସ୍ଥାନୀୟ ଲୋକେ ସବୁଦିନ ପାଣ୍ଡିୟାନ ଆସନ୍ତେ କି ବୋଲି ଆଲୋଚନା କରୁଥିଲେ।ଅନ୍ୟଦିଗରେ ମନ୍ତ୍ରୀ ଜଗନ୍ନାଥ ସାରକା ବିଜେଡିର ନେତା ଓ କର୍ମୀଙ୍କୁ ନେଇ ସର୍କିଟ ହାଇସରେ ବିଭିନ୍ନ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।ଜିଲ୍ଲା ପ୍ରଶାସନ ଓ ବିଜେଡି ଦଳ ପାଣ୍ଡିୟାନଙ୍କ ଗସ୍ତକୁ ଗୁରୁତ୍ବର ସହ ନେଇ ବିଭିନ୍ନ କାର୍ଯ୍ୟକ୍ରମକୁ କିପରି ବ୍ୟବସ୍ଥା ମଧ୍ୟରେ ସମାପ୍ତ କରାଯିବ ସନେଇ ତତ୍ପରତା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/24-2.jpg)