ମା’ଙ୍କ ପରେ ପୁଅ ବି ଓଏଏସ୍‌

ସମ୍ବଲପୁର: ବର୍ତ୍ତମାନ ସମ୍ବଲପୁରରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର୍‌ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଧିକାରୀ ଉପମା କାଲୋଙ୍କ ପୁଅ କେ ରିଚି କୁମାର ମଧ୍ୟ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶୁକ୍ରବାର ପ୍ରକାଶିତ ଓଏଏସ୍ ପରୀକ୍ଷାଫଳରେ ରିଚି କୁମାରଙ୍କୁ ୨୭୭ ରୢାଙ୍କ ମିଳିଛି।

ସେ ଝାରସୁଗୁଡ଼ା ଜିଲ୍ଲା ସୋଡ଼ାମାଲ ନିବାସୀ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁରେଶ କୁମାର କାଲୋଙ୍କ ପୁତ୍ର। ପିଲାବେଳୁ ମେଧାବୀ ରିଚି କୁମାର ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ କିରୋଡ଼ିମଲ ମହାବିଦ୍ୟାଳୟରେ ସ୍ନାତକ ଲାଭ କରିଛନ୍ତି। ସେ ଓପିଏସ୍‌ସି ପାଇଁ କୌଣସି ସ୍ବତନ୍ତ୍ର କୋଚିଂ ନେଇ ନଥିଲେ ଓ ନିଜେ ଅଧ୍ୟୟନ କରି ଏହି ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର