ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ଛାତ୍ରୀ କୁନ୍ତୀ ସାହୁ ମେଟ୍ରିକ୍ ପରୀକ୍ଷା-୨୦୨୪ରେ ଏ୧ ଗ୍ରେଡ ସହିତ ୯୦% ପ୍ରତିଶତ ମାର୍କ ରଖି ଆଜି ଅଚଂଳ ପାଇଁ ଗୌରବ ଆଣିଛନ୍ତି।
ବୀରମହାରାଜପୁର ବ୍ଲକର ଜଣେ ମାତ୍ର ଛାତ୍ରୀ ଅମରପାଲି ହାଇସ୍କୁଲର ଛାତ୍ରୀ କୁନ୍ତୀ ୫୪୦ ମାର୍କ ରଖିଛନ୍ତି। ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। କୁନ୍ତୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଭଗବାନଙ୍କ ଆଶୀର୍ବାଦ, ପରିବାର ଲୋକ ଓ ଶିକ୍ଷକମାନଙ୍କ ସହଯୋଗ ଯୋଗୁଁ ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ଆଣିପାରିଛି। ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢ଼ିବା ପରେ ଭବିଷ୍ୟତ କ୍ୟାରିୟର ପାଇଁ ନିଷ୍ପତ୍ତି ନେବି।
/sambad/media/post_attachments/wp-content/uploads/2024/05/14f47fa3-426c-44ae-9b62-a17fc850ae50-e1716730664232.jpeg)
ଏହି ସଫଳତା ପାଇଁ ଅମରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା କହିଛନ୍ତି, କୁନ୍ତୀ ଜଣେ ଭଲ ଛାତ୍ରୀ ହେବା ସହିତ ତାର ବ୍ୟବହାର, ସମନାୟୁବର୍ତ୍ତିତା ଓ ପାଠ ପଢ଼ିବା ଆଗ୍ରହ ବହୁତ ଭଲ। ସେ ସବୁ କ୍ଷେତ୍ରରେ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି।
ସୂଚନାଯୋଗ୍ୟ, କୁନ୍ତୀ ପ୍ରଥମ ଶ୍ରେଣୀରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ବିଭିନ୍ନ ସମୟରେ ସେ ସାଧାରଣଜ୍ଞାନ ପ୍ରତିଯୋଗିତା, ସୁରଭି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ଭାଗ ନେଇ ସଫଳତା ଆଣିଛନ୍ତି। ଏହା ସହିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସବୁବେଳେ ପ୍ରଥମ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/25723ad5-5272-4846-9607-d5002067dc20.jpeg)