ଦେବଗଡ଼ : ଦୁଷ୍କର୍ମ ଅଭିଯୋଗରେ ୪ ବର୍ଷ ହେବ ଜେଲ୍ରେ ଥିବା ବିଚାରଧୀନ କଏଦୀଙ୍କ ସହ ପୀଡ଼ିତାଙ୍କ ବିବାହ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶରେ ସୋମବାର ଜେଲ କର୍ତ୍ତୃପକ୍ଷ ଓ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏହି ବିବାହ ହୋଇଥିଲା।
ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା କୁଶଖଳିଆ ଗ୍ରାମର ବଇକୁଳି ଶବର (୨୬ ବର୍ଷ)ଙ୍କ ସହିତ ଜଣେ ଯୁବତୀ )୨୧ବର୍ଷ)ଙ୍କ ପ୍ରେମ ସଂପର୍କ ଥିଲା। ତେବେ ସେମାନଙ୍କର ବିବାହ ପାଇଁ ଉଭୟଙ୍କ ପରିବାର ରାଜି ହୋଇନଥିଲେ। ୨୦୧୮ ମସିହାରେ ଏନେଇ ଝିଅର ବାପା ଗୁଣ୍ଢେଇଗୋଳା ଥାନାରେ ବଇକୁଳି ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ବଇକୁଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଇତିମଧ୍ୟରେ ଉଭୟ ପରିବାରର ମନ ପରିବର୍ତ୍ତନ ହେବାପରେ ବିଚାରଧୀନ କଏଦୀ ଥିବା ବଇକୁଳି ସହିତ ପୀଡ଼ିତାଙ୍କ ବିବାହ କରାଯାଇଛି।
ସୋମବାର ଦିନ ବଇକୁଳିଙ୍କୁ ଜେଲରୁ ପୁଲିସ ସୁରକ୍ଷାରେ ରେଜେଷ୍ଟ୍ରି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ପୂର୍ବରୁ ଝିଅଙ୍କ ପରିବାର ଲୋକ ଉପସ୍ଥିତ ଥିଲେ। ଉଭୟଙ୍କ ମଧ୍ୟରେ ରେଜିଷ୍ଟ୍ରି ବିବାହ କରାଯାଇଥିଲା। ଏହାପରେ ଶାସନ ସାହିସ୍ଥିତ ଗୋକର୍ଣ୍ଣେଶ୍ବର ଶିବ ମନ୍ଦିରରେ ଉଭୟ ପରିବାରର ଉପସ୍ଥିତିରେ ବରକନ୍ୟା ପରସ୍ପରକୁ ମାଳ ପିନ୍ଧାଇ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ। ବିବାହ ପରେ ବଇକୁଳି ପୁଣି ଜେଲ୍କୁ ଫେରି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/deogarh.jpg)