ଅଢ଼େଇ ବର୍ଷପରେ ମିଳିଲା କଙ୍କାଳ, ହତ୍ୟା ଅଭିଯୋଗରେ ୨ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅର୍ନ୍ତଗତ ବନ୍ଧବାହାଲଠାରେ ଅଢ଼େଇ ବର୍ଷ ପୂର୍ବେ ଘଟିଥିବା ଏକ ହତ୍ୟା ଘଟଣାରେ ବନହରପାଲି ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଢ଼ା ଥାନା ଅର୍ନ୍ତଗତ ଅମାତପାଲି ଗ୍ରାମର ଟ୍ରକ ଡ୍ରାଇଭର ଭାବେ କାମ କରୁଥିବା ଡମ୍ବରୁଧର ପାତ୍ର ଓ ତାଙ୍କ ପତ୍ନୀ ଦମୟନ୍ତୀ ନାୟକ ବନ୍ଧବାହାଲ ଶାନ୍ତିନଗରରେ ରହୁଥିଲେ। ପାରିବାରିକ ସମସ୍ୟାକୁ ନେଇ ଦମୟନ୍ତୀ କେନ୍ଦୁଝର ବରବିଲ ଗ୍ରାମରେ ରହୁଥିବା ତାଙ୍କ ଭାଇ ଲମ୍ବୋଦର ନାୟକଙ୍କୁ ବନ୍ଧବାହାଲ ଡାକିଥିଲେ। ଦୁଇ ଭାଇ ଭଉଣୀ ମିଶି ଡମ୍ବରୁଧରଙ୍କୁ ୨୦୨୦ ଜୁନ୍‌ ୧୬ ତାରିଖରେ ହତ୍ୟା କରି ଗାଧୁଆ ଘର ନିକଟରେ ଥିବା ସେପ୍ଟି ଟାଙ୍କିରେ ଶବଟିକୁ ପକାଇ ଦେଇଥିଲେ। ଡମ୍ବରୁଧରଙ୍କ ପରିବାର ସଦସ୍ୟ ଅମ୍ବିକା ପାତ୍ର ତାଙ୍କ ବଡ଼ଭାଇ ଡମ୍ବରୁଧର ନିଖୋଜ ଥିବା ସଂପର୍କରେ ଜୁନ୍‌ ୨୭ ତାରିଖରେ ବନହରପାଲି ଥାନାରେ ରିପୋର୍ଟ କରିଥିଲେ। ସପ୍ତାହେ ତଳେ ଡମ୍ବରୁଧରଙ୍କ ମୋବାଇଲ କେନ୍ଦୁଝର ଜିଲ୍ଲା ପାଟନା ଥାନା ବରବିଲ ଗ୍ରାମରୁ ପୁଲିସ ଜବତ କରିଥିଲା। ତଦନ୍ତକାରୀ ଦଳ ବରବିଲ ପହଞ୍ଚି ଲମ୍ବୋଦରଙ୍କୁ ଘଟଣା ସଂପର୍କରେ ଜେରା କରିଥିଲେ। ଭିଣୋଇ ଡମ୍ବରୁଧର ପାତ୍ରଙ୍କୁ ଭଉଣୀ ସହିତ ମିଶି ହତ୍ୟା କରିଥିବା ଲମ୍ବୋଦର ସ୍ୱୀକାର କରିଥିଲେ। ଦମୟନ୍ତୀ ଏବଂ ତାଙ୍କ ଭାଇ ଲମ୍ବୋଦରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe