ଏଜି ଅବସରପ୍ରାପ୍ତ କମର୍ଚାରୀଙ୍କୁ ପି.ଏ.ଓରୁ ପେନସନ୍ ମିଳୁ, ଦାବି ଜଣାଇଲା ଏନ୍ସିସିପିଏ
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଅଧୀନ ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ(ଏ.ଜି)ର ଅବସରପ୍ରାପ୍ତ କମର୍ଚାରୀଙ୍କୁ କେବଳ ସେଣ୍ଟ୍ରାଲ ପେନସନ୍ ଆକାଉଣ୍ଟିଂ ଅଫିସ୍ (ସି.ପି.ଏ.ଓ)ରୁ ପେନସନ୍ ନେବାକୁ ବାଧ୍ୟ କରାଯିବା ଘଟଣାକୁ ନ୍ୟାସନାଲ ସିଭିଲ୍ ସେଣ୍ଟ୍ରାଲ ପେନସନର୍ସ ଆସୋସିଏସନ୍(ଏନ୍ସିସିପିଏ) ଦୃଢ଼ ପ୍ରତିବାଦ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ପ୍ରେସ୍ ବିବୃତିରେ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ ଏଜି ଅଫିସ୍ର ଅବସରପ୍ରାପ୍ତ କମର୍ଚାରୀମାନେ ଦୀର୍ଘ ୩ ଦଶନ୍ଧିରୁ ଊର୍ଧ୍ବ ସମୟ ଧରି ନିଜସ୍ବ ଟ୍ରେଜେରି ପେ’ ଆଣ୍ଡ ଆକାଉଣ୍ଟସ୍ ଅଫିସ୍ (ପିଏଓ)ରୁ ପେନସନ୍ ଗ୍ରହଣ କରୁଥିଲେ। ଅଳ୍ପ କିଛି ଅବସରପ୍ରାପ୍ତ କର୍ମଚାରୀ ସିଧାସଳଖ ବ୍ୟାଙ୍କ ମାଧ୍ୟମରେ କିମ୍ବା ସି.ପି.ଏ.ଓ ଅଫିସ୍, ନୂଆଦିଲ୍ଲୀରୁ ପେନସନ୍/ପାରିବରିକ ପେନସନ୍ ନେଉଥିଲେ। କିନ୍ତୁ ଗତ ଏପ୍ରିଲ୍ ୨୭ ତାରିଖରେ ପି.ଏ.ଓ ଏକ ବିଜ୍ଞପ୍ତିରେ ସୂଚନା ଦେଇଛି ଯେ ଆଉ ପି.ଏ.ଓ ଜରିଆରେ ପେନସନ୍ କିମ୍ବା ପରିବାର ପେନସନ୍ ଦିଆଯିବ ନାହିଁ। କେବଳ ସି.ପି.ଏ.ଓ ମାଧ୍ୟମରେ ନେବା ପାଇଁ ଅଘୋଷିତ ଭାବେ ବାଧ୍ୟ କରାଯାଇଛି। ପି.ଏ.ଓର ଏହି ଏକପାଖିଆ ନିଷ୍ପତ୍ତି ଯୋଗୁଁ ବହୁ ଅବସରପ୍ରାପ୍ତ କର୍ମଚାରୀ ପେନସନ୍ ଟଙ୍କା ପାଇଁ ଦୁର୍ଦ୍ଦଶା ଭୋଗିବେ। ତେଣୁ ଏହାର ପୁନର୍ବିଚାର କରାଯାଉ ବୋଲି ଆସୋସିଏନ୍ ପକ୍ଷରୁ ସାଧାରଣ ସଂପାଦକ ବ୍ରଜେନ୍ଦ୍ର କୁମାର ମହାନ୍ତି ଦାବି ଜଣାଇଛନ୍ତି। ଏ ସଂପର୍କିତ ଏକ ପ୍ରତିବାଦ ପତ୍ର ଏ.ଜି ଓଡ଼ିଶା/ପି.ଏ.ଓ, ଏଜି/ପେନସନ୍ ମନ୍ତ୍ରାଳୟକୁ ପଠାଯାଇଛି।