ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୩ କରୋନା ଆକ୍ରାନ୍ତ ମୃତ, ମୃତ୍ୟୁ ସଂଖ୍ୟା ୬୮୨ ଛୁଇଁଲା

ଭୁବନେଶ୍ବର:  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଥିବା ଜଣାପଡ଼ିଛି। ଏହାସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୮୨ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ବରଗଡ଼ରୁ ଜଣେ, ବଲାଙ୍ଗୀରରୁ ଜଣେ, ଭୁବନେଶ୍ବରରୁ ଜଣେ, କଟକରୁ ଜଣେ, ଗଜପତିରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, ମୟୂରଭଞ୍ଜରୁ ଜଣେ ଓ ପୁରୀରୁ ୨ ଜଣ ରହିଛନ୍ତି।

ତେବେ ଆଜି ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସହ ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ଆଉ ୪୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୧୪ ଆକ୍ରାନ୍ତ ଅଛନ୍ତି।

ଭୁବନେଶ୍ବରରେ ମୃତ୍ୟୁବରଣ କରିଥିବା  ୪୯ ବର୍ଷିଅ ଆକ୍ରାନ୍ତ ପୂର୍ବରୁ କିଡ୍‌ନି ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। କଟକରେ ମୃତ୍ୟୁବରଣ କରିଥିବା ୬୫ ବର୍ଷୀୟା ମହିଳା ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ଗଜପତିରୁ ମୃତ୍ୟୁବରଣ କରିିଥିବା ୬୫ ବର୍ଷିଅ ଆକ୍ରାନ୍ତଙ୍କର ମଧ୍ୟ ମଧୁମେହ ରହିଥିଲା। ସେହିପରି କନ୍ଧମାଳରର ୭୭ ବର୍ଷିଅ ବୃଦ୍ଧଙ୍କର ଆଗରୁ ଅନେକଗୁଡ଼ିଏ ରୋଗ ରହିଥିଲ। ଖୋର୍ଦ୍ଧାର ୭୮ ବର୍ଷିଅ ମହିଳାଙ୍କର ମଧୁମେହ ଥିବା ବେଳେ ୬୫ ବର୍ଷିଅ ପୁରୀ ମୃତକଙ୍କର କରୋନାରି ଧମନି ରୋଗ ରହିଥିଲା।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୪୯୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୫୪, ଗଞ୍ଜାମ ଜିଲ୍ଲାରୁ ୫୮, ବଲାଙ୍ଗୀର ଜିଲ୍ଲାରୁ ୭୩, ବାଲେଶ୍ବର ଜିଲ୍ଲାରୁ ୧୩୩, କୋରାପୁଟ ଜିଲ୍ଲାରୁ ୯୯, ଭଦ୍ରକ ଜିଲ୍ଲାରୁ ୮୧, ରାୟଗଡ଼ା ଜିଲ୍ଲାରୁ ୧୬୦, ପୁରୀ ଜିଲ୍ଲାରୁ ୧୬୬, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୬, ଜଗତସିଂହପୁର ଜିଲ୍ଲାରୁ ୧୨୩, ସମ୍ବଲପୁର ଜିଲ୍ଲାରୁ ୧୨୭, କଳାହାଣ୍ଡି ଜିଲ୍ଲାରୁ ୬୭, ଯାଜପୁର ଜିଲ୍ଲାରୁ ୧୮୪, କନ୍ଧମାଳ ଜିଲ୍ଲାରୁ ୭୭, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୨୧, ମାଲକାନଗିରି ଜିଲ୍ଲାରୁ ୫୩, ଗଜପତି ଜିଲ୍ଲାରୁ ୨୫, ମୟୂରଭଞ୍ଜ ଜିଲ୍ଲାରୁ ୧୬୩ , ଝାରସୁଗୁଡ଼ା ଜିଲ୍ଲାରୁ ୮୩, ଢେଙ୍କାନାଳ ଜିଲ୍ଲାରୁ ୬୭, ନବରଙ୍ଗପୁର ଜିଲ୍ଲାରୁ ୭୩, କେନ୍ଦୁଝର ଜିଲ୍ଲାରୁ ୭୩, ସୁବର୍ଣ୍ଣପୁର ଜିଲ୍ଲାରୁ ୬୨, ଅନୁଗୁଳ ଜିଲ୍ଲାରୁ ୧୫୫, ବରଗଡ଼ ଜିଲ୍ଲାରୁ ୧୦୦, ନୂଆପଡ଼ା ଜିଲ୍ଲାରୁ ୫୪, ଦେବଗଡ଼ରୁ ୧୦ ଓ ବୌଦ୍ଧ ଜିଲ୍ଲାରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର