ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ବୁଧବାର ଦିନ ୧୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ରାତିରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ ଏପ୍ରିଲ୍ ୭, ୮ ଓ ୯ ତାରିଖରେ ଆର୍ଟିପିସିଆର ଟେଷ୍ଟରେ ୯୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଓ କୃଷି ବିଦ୍ୟାଳୟରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଛି। ଅଧିକରୁ ଅଧିକ କରୋନା ରୋଗୀ କିଭଳି ଚିକିତ୍ସିତ ହୋଇପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଧର୍ମଗଡ଼: କରୋନା ମୁକାବିଲା ପାଇଁ କଟକଣା ଲଗାଇବ ବ୍ୟବସାୟୀ ସଂଘ
ଧର୍ମଗଡ଼ : ଧର୍ମଗଡ଼ ସହର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଧର୍ମଗଡ଼ ବ୍ୟବସାୟୀ ସଂଘର ସର୍ବସମ୍ମତି ନିଷ୍ପତ୍ତି ଅନୁଯାୟୀ ଆଗାମୀ ଶନିବାର ଓ ରବିବାର ୨ଦିନ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଆସନ୍ତା ସୋମବାର ଠାରୁ ସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ଦିନ ସକାଳୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଜନସାଧାରଣଙ୍କ ସୁବିଧା ଓ ସୂଚନା ପାଇଁ ମାଇକ୍ ଯୋଗେ ଘୋଷଣା କରାଯିବ ଓ ଏହି ୨ଦିନ ସହରକୁ ସମ୍ପୂର୍ଣ ସଟ୍ଡାଉନ୍ କରିବାପାଇଁ ପ୍ରଶାସନକୁ ଅନୁରୋଧ କରାଯିବ। ଏହି ୨ଦିନ ସମସ୍ତେ ଘରେ ରହିବା, ନିହାତି ଜରୁରୀ ନହେଲେ ବାହାରକୁ ନବାହାରିବା ପାଇଁ କୁହାଯାଇଛି। ଏନେଇ ସଂଘ ସଭାପତି ବିଦ୍ୟାଧର ସାହୁ ସୂଚନା ଦେଇଛନ୍ତି।