କରୋନାରେ ପୁଣି ୧୭ ଆଖି ବୁଜିଲେ, ଦୈନିକ ସଂକ୍ରମଣ ତାଲିକାରେ ନୂଆପଡ଼ା ଶୀର୍ଷରେ

ଭୁବନେଶ୍ୱର : ରାଜ୍ୟରେ କରୋନା ତା’ର ମରଣାନ୍ତକ ରୂପ ଜାରି ରଖିଛି। କରୋନା ଜନିତ ମୃତ୍ୟୁ କମିବାର ନାଁ ଧରୁନି। ଆହୁରି ୧୭ ଜଣ ପ୍ରାଣ ହରାଇଥିବା ସରକାର ଆଜି ଘୋଷଣା କରିଛନ୍ତି। ସଂକ୍ରମଣ ହାର କମିବାରେ ଲାଗିଥିଲେ ବି ମୃତ୍ୟୁ ସଂଖ୍ୟା କମୁ ନାହିଁ।

ମୃତ୍ୟୁବରଣ କରିଥିବା ୧୭ ଜଣଙ୍କ ମଧ୍ୟରୁ ଭୁବନେଶ୍ବର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ ଲେଖାଏ ଅଛନ୍ତି। ଏହା ବାଦ୍ ସମ୍ବଲପୁରରୁ ୩, ଝାରସୁଗୁଡ଼ା ଓ ବରଗଡ଼ରୁ ୨, କେନ୍ଦ୍ରାପଡ଼ା ଓ ବଲାଙ୍ଗୀରରୁ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାହା ମଧ୍ୟରୁ ୩୮୫ ଜଣ ସଙ୍ଗରୋଧରୁ ଓ ୨୮୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ‌େଦୖନିକ ସଂକ୍ରମଣ ତାଲିକାରେ ନୂଆପଡ଼ା ଆଗରେ ରହିଛି। ଏଠାରୁ ୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ। ତାଲିକାର ଦ୍ବିତୀରେ ଖୋର୍ଦ୍ଧା (୫୬) ଓ ତୃତୀୟରେ ସୁନ୍ଦରଗଡ଼ (୫୫) ରହିଛି। ଏହା ବାଦ୍ ମୟୂରଭଞ୍ଜରୁ ୫୦, ଅନୁଗୁଳରୁ ୪୬, କେନ୍ଦୁଝର ଓ ବାଲେଶ୍ବରରୁ ୩୮, କଟକରୁ ୩୭, ସମ୍ବଲପୁର ଓ ଜଗତସିଂହପୁରରୁ ୨୫, ପୁରୀ ଓ ଝାରସୁଗୁଡ଼ାରୁ ୨୩, କେନ୍ଦ୍ରାପଡ଼ାରୁ ୨୧, ଯାଜପୁର ଓ ବରଗଡ଼ରୁ ୧୮, ଭଦ୍ରକରୁ ୧୫, ବଲାଙ୍ଗୀରରୁ ୨୮, ଗଞ୍ଜାମରୁ ୧୨, କଳାହାଣ୍ଡିରୁ ୧୧ ଓ ଷ୍ଟେଟ୍‌ ପୁଲ୍‌ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦ରୁ ତଳେ ସଂକ୍ରମଣ ରହିଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଅଛନ୍ତି ନବରଙ୍ଗପୁରରୁ ୯, ନୟାଗଡ଼ ଓ ମାଲକାନଗିରିରୁ ୮, ବୌଦ୍ଧରୁ ୭, ଦେବଗଡ଼ରୁ ୨, ଢେଙ୍କାନାଳରୁ ୬, ଗଜପତିରୁ ୪, କନ୍ଧମାଳରୁ ୩, ରାୟଗଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୧୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୧୮ ଜଣ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩,୦୬,୭୨୬ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର