ନୂଆପଡ଼ାରେ ପୁଣି ୫୧ କରୋନା ଆକ୍ରାନ୍ତ ଚିହ୍ନଟ, ସୀମାନ୍ତରେ ଯାଞ୍ଚ କଡ଼ାକଡ଼ି

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଶୁକ୍ରବାର ପୁଣି ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖଡ଼ିଆଳରୁ ଆଜି ସର୍ବଧିକ ୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କୋମନା ବ୍ଲକ୍‌ରେ ୧୦ ଜଣ, ଖରିଆର ରୋଡ଼ରେ ୭ଜଣ, ସିନାପାଲି ବ୍ଲକ୍‌ରେ ୫ ଜଣ, ବୋଡ଼େନ ବ୍ଲକ୍‌ରେ ୩ ଜଣ, ନୂଆପଡ଼ା ଡାକ୍ତରଖାନାରେ ୧୨ ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୯୯୧ରେ ପହଞ୍ଚିଛି। ଜିଲ୍ଲାରେ ୪୩୨ ଜଣ ସଙ୍ଗରୋଧରେ ଥିବା ନୂଆପଡ଼ା କୋଭିଡ୍ ଅଧିକାରୀ ଡା. ଗୋପାଳ ଚନ୍ଦ୍ର ମଲ୍ଲିକଙ୍କଠାରୁ ପ୍ରକାଶ।

ଛତିଶଗଡ଼ ଲକ୍‌ଡ଼ାଉନ୍‌ ହେବା ପରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଜିଲ୍ଲାର ସୀମାନ୍ତରେ ପୁଲିସ ପ୍ରଶାସନ ପକ୍ଷରୁ ଚେକ୍‌ପୋଷ୍ଟ କରି ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମାସ୍କ ଯାଞ୍ଚ କରାଯାଇ ଅମାନିଆଙ୍କୁ ଜରିମାନା କରାଯାଉଛି। ଏହା ସହିତ ଶନିବାର ଠାରୁ ଛତିଶଗଡ଼ ଯିବାଆସିବା ଉପରେ କଡ଼ା ନିୟମ ଲାଗୁ କରାଯିବ ବୋଲି ଜିଲ୍ଲାପାଳ ସ୍ବଧାଦେବ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର