କେନ୍ଦୁଝରରେ ମାଡ଼ୁଛି କରୋନା: ପୁଣି ୫୫ ଆକ୍ରାନ୍ତ ଚିହ୍ନଟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଗତ ସପ୍ତାହକ ମଧ୍ୟରେ ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ଆଜି ୫୫ ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଆଜିର ୫୫ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୮ ହଜାର ୩୭୨ ଜଣ ସଂକ୍ରମିତ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୮ ହଜାର ୮୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୨୫୨ ଜଣ କରୋନା ଆକ୍ରାନ୍ତ ଅଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୧ ହଜାର ୩୮୫ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ଆଜି ଚିହ୍ନଟ ହୋଇଥିବା ୫୫ ଜଣ ଅଛନ୍ତି। ଏଥି ମଧ୍ୟରେ କେନ୍ଦୁଝରଗଡ଼ ପୌରପାଳିକାରୁ ବିଭିନ୍ନ ୱାର୍ଡରୁ ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପାଟଣା ବ୍ଲକରୁ ଜଣେ, କେନ୍ଦୁଝର ସଦର ବ୍ଲକରୁ ୮ ଜଣ, ସାହାରପଡା ବ୍ଲକରୁ ୨ ଜଣ, ଆନନ୍ଦପୁର ପୌରପାଳିକାରୁ ୨ ଜଣ, ବଡବିଲ ପୌରପାଳିକାରୁ ୧୦ ଜଣ, ଚମ୍ପୁଆ ବ୍ଲକରୁ ୨ ଜଣ, ଘସିପୁରା ବ୍ଲକରୁ ଜଣେ, ଘଟଗାଁ ବ୍ଲକରୁ ୩ ଜଣ, ହରିଚନ୍ଦନପୁର ବ୍ଲକରୁ ୨ ଜଣ, ଯୋଡା ବ୍ଲକରୁ ଜଣେ, ଯୋଡ଼ା ପୌରପାଳିକାରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା କେନ୍ଦୁଝର ଜିଲ୍ଲାରେ ୩୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି।

ସମ୍ବନ୍ଧିତ ଖବର