ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ଆଉ ୮ ମୃତ

ସମ୍ବଲପୁର : ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ଥମିବାର ନାଁ ନେଉନାହିଁ। ରବିବାର ପଶ୍ଚିମ ଓଡ଼ିଶାର ଆଉ ୮ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ରବିବାର ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଏବଂ ବଲାଙ୍ଗୀର, ଝାରସୁଗୁଡ଼ା ଓ ନୂଆପଡ଼ାରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ୮ ଜଣ ମୃତକଙ୍କ ମଧ୍ୟରେ ବରଗଡ଼ର ଜଣେ ୫୫ ବର୍ଷୀୟ, ଜଣେ ୫୮ ବର୍ଷୀୟ ଓ ଜଣେ ୪୦ ବର୍ଷୀୟ ରହିଥିବା ବେଳେ ସମ୍ବଲପୁରର ଜଣେ ୨୦ ବର୍ଷୀୟା ଓ ଜଣେ ୫୦ ବର୍ଷୀୟା, ବଲାଙ୍ଗୀରର ଜଣେ ୧୭ ବର୍ଷୀୟ, ଝାରସୁଗୁଡ଼ାର ଜଣେ ୪୨ ବର୍ଷୀୟ ଏବଂ ନୂଆପଡ଼ାର ଜଣେ ୩୬ ବର୍ଷୀୟା ରହିଛନ୍ତି। ଏହି ୮ ମୃତକଙ୍କୁ ମିଶାଇ ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୩୮୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଭିମ୍‌‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ୧୯୦ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର