ରାଉରକେଲା : ପନ୍ଦର ଦିନ ନଚାଲୁଣୁ ଅଚଳ ହୋଇ ପଡ଼ିଥିବା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆର୍ଏସ୍ପି)ର ବ୍ଲାଷ୍ଟ ଫର୍ଣ୍ଣେସ୍-୧ ‘ପାର୍ବତୀ’ ୧୨ ଦିନର ମରାମତି ପରେ ବି ସ୍ୱାଭାବିକ ହୋଇପାରି ନାହିଁ। ଶୁକ୍ରବାର ମଧ୍ୟରାତ୍ରିରେ ପ୍ଲାଣ୍ଟର ଷ୍ଟିଲ୍ ମେଲ୍ଟିଂ ସପ୍ (ଏସ୍ଏମ୍ଏସ୍)-୨ରେ ଉତ୍ତପ୍ତ ତରଳ ଧାତୁ ବହନକାରୀ ଲ୍ୟାଡ଼ଲ୍ଟି ଛିଣ୍ଡି ପଡ଼ିବାରୁ ପାଖାପାଖି ୮ଟନ୍ ତରଳ ଧାତୁ ଚଟାଣରେ ପଡ଼ିଥିଲା। ସେଠାରେ କାର୍ଯ୍ୟରତ ସହକାରୀ ପରିଚାଳକ (ଆସିଷ୍ଟାଣ୍ଟ ମ୍ୟାନେଜର୍) ବଟକୃଷ୍ଣ ସାମନ୍ତ ଦୌଡ଼ି ପଳାଇବାରୁ ବର୍ତ୍ତିଯାଇଛନ୍ତି। ତେବେ ତାଙ୍କ ଜଂଘରେ ଉତ୍ତପ୍ତ ଧାତୁରୁ ଛିଟିକା ପଡ଼ିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଇସ୍ପାତ ଜେନେରାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେ ସୁସ୍ଥ ହେବାକୁ ପ୍ରାୟ ମାସେ ସମୟ ଲାଗିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ୬୧୫ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମିତ ଆର୍ଏସ୍ପିର ପ୍ରଥମ ବ୍ଲାଷ୍ଟ୍ ଫର୍ଣ୍ଣେସ୍ ‘ପାର୍ବତୀ’କୁ ଗତ ଜୁନ ୧୨ରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦର ସିଂହ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ।
ପାର୍ବତୀ ଅଚଳ, ପୁଣି ଏସ୍ଏମ୍ଏସ୍-୨ରେ ଦୁର୍ଘଟଣା
/sambad/media/post_attachments/wp-content/uploads/2018/07/rsp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)