ପୁଣି ୮ରେ ନିର୍ବାଚନ କରିବ ଆନ୍ଧ୍ର; ପଞ୍ଚାୟତ ପରେ କରିବ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ

କୋରାପୁଟ : ପୁଣି ଆନ୍ଧ୍ର ସରକାରଙ୍କର ମନମାନୀ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗତ ଫେବୃଆରୀରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଫୋର୍ସ ପୁରାଇ ସମାପନ କରିବା ପରେ  ଏବେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ଯୋଜନା କରିଛି। ୮ ତାରିଖରେ ମତଦାନ କରିବାକୁ ଯୋଜନା କରିଥିବାବେଳେ ୯ ତାରିଖରେ ଆବଶ୍ୟକ ପଡିଲେ ଦ୍ବିତୀୟ ଥର ମତଦାନ କରାଯିବା। ଏହାସହ ୧୦ ତାରିଖରେ ଭୋଟ ଗଣନା କରାଯିବାକୁ ରହିଥିବାବେଳେ ଖୁବଶୀଘ୍ର ଭୋଟ ଫଳାଫଳ ଘୋଷଣା କରିବାକୁ ରହିଛି।

ସରପଞ୍ଚ ନିର୍ବାଚନ କରିଥିଲେ ଯେଉଁଥିରେ ଓଡ଼ିଶାର କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆର ତିନୋଟି ଗାଁକୁ ନେଇ ଜୋର ଜବରଦସ୍ତ ପଂଚାୟତ ନିର୍ବାଚନ କରିଥିଲା।ଏହାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ହୋଇଥିବାବେଳେ ପୁଣି ଏବେ ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ପାଇଁ ବିଜ୍ଞପ୍ତି ପ୍ରକାଶ କରି ପୁଣି ଏକ ବିବାଦ ସୃଷ୍ଟି କରିଛି। ସମିତି ସଭ୍ୟ ପାଇଁ ଜିଲାର ତଳଗଂଜେଇପଦର ବା ଆନ୍ଧ୍ର ତାକୁ ଗଂଜେଇଭାଦ୍ରା କରି ନିର୍ବାଚନ କରିବେ। ଏଥିପାଇଁ ଦୁଇ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି ସେମାନେ ହେଲେ ଆପାଲାମା ମାଝୀ ଓ ମାରି ଡମ୍ବାଇ। ଆପାଲାମା ମଝି ହେଉଛନ୍ତି ଧୂଳିପଦର ଗାଁର ସେହିପରି ମାରି ଡମ୍ବାଇ ହେଉଛନ୍ତି ଉପର ସେମ୍ବୀ ଗାଁର।

ସେହିପରି ପାଟୁ ଚେନୁରୁ ଓ ପାଗଲୁ ଚେନୁରୁ ଓ ତନାମ ଏହିତିନୋଟି ପଞ୍ଚାୟତକୁ ନେଇ ଗୋଟିଏ ସମିତି ସଭ୍ୟ ନିର୍ବାଚନ ହେବ।ଏଠି ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେବା ଜଣାପଡିଛି।

ସମ୍ବନ୍ଧିତ ଖବର