ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ

ଦିନକରେ ୧୫୪୦ ପଜିଟିଭ୍, ୧୨ ମୃତ, ୩୦ ଜିଲ୍ଲାରେ ହଜାରେରୁ ଅଧିକ ରୋଗୀ

ଭୁବନେଶ୍ୱର : ଲଗାତାର ୨ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ଦେଢ଼ ହଜାର ସଂଖ୍ୟା ତଳେ ରହିବା ପରେ ଏଥିରେ ସାମାନ୍ୟ ବୃଦ୍ଧି ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫୪୦ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୨୬ତାରିଖ ତୁଳନାରେ ଗତକାଲି ୫ହଜାରରୁ ଅଧିକ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ଯାହାଫଳରେ ଅଧିକ ସଂଖ୍ୟାରେ କ‌ରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଧା ପୁଣିଥରେ ସଂକ୍ରମଣ ୨ଶହ ସଂଖ୍ୟା ଅତିକ୍ରମ କରିଛି। ଜିଲ୍ଲାରୁ ୨୦୮ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୮ହଜାର ୦୬୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟର ୩୦ଟି ଜିଲ୍ଲାରେ ହଜାରେରୁ ଅଧିକ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଶେଷ ଜିଲ୍ଲା ଭାବେ ଦେବଗଡ଼ରେ ରୋଗୀଙ୍କ ସଂଖ୍ୟା ୧୦୨୦କୁ ବୃଦ୍ଧି ପାଇଛି।

ରାଜ୍ୟରେ କରୋନା ମୃତ୍ୟୁ ପୂର୍ବଭଳି ଲାଗି ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୨ଜଣ କରୋନାରେ ମୃତ୍ୟୁର ଶିକାର ହୋଇଥିବା ନେଇ ଘୋଷଣା କରାଯାଇଛି। ନୂଆପଡ଼ା, ଝାରସୁଗୁଡ଼ା, ଭୁବନେଶ୍ବରରୁ ୨ଜଣ ଲେଖାଏଁ, ଗଞ୍ଜାମ, କଟକ, ସମ୍ବଲପୁର, ସୁନ୍ଦରଗଡ଼, ପୁରୀ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୬୫କୁ ବୃଦ୍ଧି ପାଇଛି। ଗଞ୍ଜାମ ୨୨୮, ଖୋର୍ଧା ୨୨୧, କଟକ ୧୦୬, ପୁରୀ ୮୩ ଓ ବାଲେଶ୍ବରରେ ୬୬ଜଣ ପ୍ରାଣ ହରାଇ ସାରିଛନ୍ତି।

୧୫୪୦ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ୧୧୧, ଅନୁଗୁଳ ୧୦୦, କଟକ ୯୯, ବାଲେଶ୍ବର ୯୨, ମୟୂରଭଞ୍ଜ ୯୧, ଜଗତସିଂହପୁର ୭୮, ବଲାଙ୍ଗୀର ୬୭, କେନ୍ଦ୍ରାପଡ଼ା ୬୨, ନୂଆପଡ଼ା ୫୧, ପୁରୀ ୪୯, କଳାହାଣ୍ଡି ୪୭, ଝାରସୁଗୁଡ଼ା ଓ ମାଲକାନଗିରିରେ ୪୨ ଲେଖାଏଁ, ସମ୍ବଲପୁର ୩୨, ସୋନପୁର ୨୯, ନୟାଗଡ଼ ୩୩, ନବରଙ୍ଗପୁର ୪୩, କୋରାପୁଟ ୨୬, ଯାଜପୁର ୨୨, ଗଞ୍ଜାମ ୨୯, ଢେଙ୍କାନାଳ ୨୪, ବରଗଡ଼ ୪୧, କେନ୍ଦୁଝର ୩୮, ନୟାଗଡ଼ ୩୩, ସମ୍ବଲପୁର ୩୨, ଷ୍ଟେଟ୍‌ ପୁଲ ୩୬, ରାୟଗଡ଼ା ୧୦, କନ୍ଧମାଳ ୧୪, ଦେବଗଡ଼ ୭, ଭଦ୍ରକ ୯, ଗଜପତି ୫ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୫ହଜାର ୪୮୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୨୦୧୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୭୦ହଜାର ୧୩୦କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୪,୦୧୫କୁ ଖସି ଆସିଛି। ରାଜ୍ୟରେ ଏବେ ଲଗାତାର ଭାବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ଆଜି ଖୋର୍ଧାରୁ ସର୍ବାଧିକ ୩୧୨ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଅନୁଗୁଳ ୨୧୮, କଟକ ୧୩୫, ବାଲେଶ୍ବର ୮୮, ଜଗତସିଂହପୁର ୮୫, ମୟୂରଭଞ୍ଜ ୮୩, ଯାଜପୁର ୮୧, କେନ୍ଦୁଝର ୭୫, ପୁରୀ ୬୯, କେନ୍ଦ୍ରାପଡ଼ା ୬୫, ବଲାଙ୍ଗୀର ୬୪, ଭଦ୍ରକ ୬୩, ନୂଆପଡ଼ା ୬୨, ନବରଙ୍ଗପୁର ୬୦, ଢେଙ୍କାନାଳ ୫୬, ସୋନପୁର ୪୭, ବରଗଡ଼ ୪୬, କଳାହାଣ୍ଡି ୪୪, ଝାରସୁଗୁଡ଼ା ୪୨, ନୟାଗଡ଼ ୩୭, ସମ୍ବଲପୁର ୩୬, କନ୍ଧମାଳ ୩୪, ସୁନ୍ଦରଗଡ଼ ୨୬, କୋରାପୁଟ ୨୫, ଗଞ୍ଜାମ ୨୪, ମାଲକାନଗିରି ୨୩, ବୌଦ୍ଧ ୨୧, ଦେବଗଡ଼ ଓ ଗଜପତିରୁ ୯ଜଣ ଲେଖାଏଁ, ରାୟଗଡ଼ା ୬, ଷ୍ଟେଟ୍‌ ପୁଲରୁ ୭୦ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର