ପୁଣି ଡରାଇଲାଣି ବାତ୍ୟା : ସୋମବାର ଲଘୁଚାପ, ୬ ତାରିଖରେ ଅବପାତ, ୮ରୁ ଆରମ୍ଭ ହେବ ବର୍ଷା, ୧୨ ପର୍ଯ୍ୟନ୍ତ ରହିପାରେ

ଇନକଏସ୍ ସଂସ୍ଥା କହୁଛି ବାତ୍ୟା ରୂପ ନେଇପାରେ, ବିଶେଷଜ୍ଞଙ୍କ ମତ, ସମୁଦ୍ର ଭିତରେ ହିଁ ଦୁର୍ବଳ ହେବ, ୬ ତାରିଖ ପରେ ସ୍ପଷ୍ଟ କରିବ ପାଣିପାଗ ବିଭାଗ

ଭୁବନେଶ୍ବର : ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ର କ୍ଷତ ଏଯାଏ ଶୁଖିନାହିଁ। ଏବେ ବି କଲବଲ ହେଉଛି ଉପକୂଳ ଓଡ଼ିଶା। ଠିକ୍ ଏମିତି ଏକ ସମୟରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଭୟ ସୃଷ୍ଟି ହେଲାଣି। ଅତି ପ୍ରାରମ୍ଭିକ ସୂଚନା ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେବ। ୬ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ। ଅଧିକ ଘନୀଭୂତ ହୋଇ ଆଗକୁ ବଢିବ। ବାତ୍ୟା ରୂପ ନେବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ। ଆନ୍ଧ୍ରଠାରୁ ପଶ୍ଚିମବଙ୍ଗ ବିଶାଳ କ୍ଷେତ୍ର ମଧ୍ୟରୁ ଏହା କେଉଁ ଆଡକୁ ଯିବ, କେତେ ପ୍ରଭାବ ରଖିବ,  ସେ ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଯାଏ ଠୋସ୍ ଭାବେ କିଛି ବି ଚିତ୍ର ଆଙ୍କି ନାହାନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏକ ସ୍ବୟଂଶାସିତ ସଂସ୍ଥା ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ ଅତି ଆଗକୁ ଯାଇ ପବନର ବେଗ ସଂପର୍କରେ ସୂଚାଇଛି ଓ ଏହା ଓଡ଼ିଶା ଉପକୂଳ େକନ୍ଦ୍ରାପଡାକୁ ସ୍ପର୍ଶ କରିପାରେ େବାଲି ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ କିଛି ପାଣିପାଗ ବିଜ୍ଞାନୀ ବାତ୍ୟା ଆଶଙ୍କାକୁ ଟାଳିଛନ୍ତି। ତେବେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି େବାଲି ସୂଚାଉଛନ୍ତି।

ପରିସ୍ଥିତି ଯାହା ହେଉନା କାହିଁକି, ନଭେମ୍ବର ପ୍ରଥମ/ଦ୍ବିତୀୟ ସପ୍ତାହରେ ବର୍ଷା ଧାନ ଚାଷୀଙ୍କୁ ଡରାଇଲାଣି। ବର୍ଷା ହେଲେ ଧାନ ଫସଲ ଉତ୍ପାଦନ ପ୍ରଭାବିତ ହେବ। ବାତ୍ୟା ହେଲେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ।

Earther | Gizmodo

ଭାରତୀୟ ପାଣିପାଗ ବିଜ୍ଞାନ େକନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ ଚୀନ େକ୍ଷତ୍ରରୁ ଦୁର୍ବଳ ହୋଇ ଗଲ୍ଫ ଥାଇଲାଣ୍ଡ ଉପରକୁ ଲମ୍ବି ଆସିଥିବା ଘୂର୍ଣ୍ଣିବଳୟ ଏବେ ପୁଣି ତାର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହା ଉତ୍ତର ଆଣ୍ଡାମାନ ଓ ମିଆଁମାର ଉପରେ ତାର ଶକ୍ତି ବଢାଉଛି ଏଭଂ ଆସନ୍ତାକାଲି ସୁଦ୍ଧା ଲଘୁଚାପ ରୂପ ନବେ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨ରୁ ୩ ଦିନ ମଧ୍ୟରେ ଅର୍ଥାତ୍ ୬ ତାରିଖ ବେଳକୁ ଅବପାତ ରୂପ ନେବ। ହେଲେ ସେଠାରୁ ଏହା ଅଧିକ ଘନୀଭୂତ ହେବା ସହିତ ଦିଗ ପରିବର୍ତନ କରି ଉତ୍ତର-ପଶ୍ଚିମ ଅର୍ଥାତ୍ ଓଡ଼ିଶା ଉପକୂଳ ଆଡକୁ ମୁହାଁଇବ। ଏହାର ପ୍ରଭାବ କିନ୍ତୁ ୭ ତାରିଖ ପର୍ଯ୍ୟନ୍ତ ପଡିବାର ନାହିଁ। ୭ ତାରିଖ ପରେ ଅର୍ଥାତ୍ ୮ ଓ ୯ ତାରିଖ ବେଳକୁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ େହାଇଯିବ।

ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ ପୂର୍ବାନୁମାନ ଅନୁସାରେ, ଲଘୁଚାପ ରୂପ ନେବା ପରେ ଏହି କ୍ଷେତ୍ରଟି ଶକ୍ତିଶାଳୀ େହାଇ ଆଗକୁ ବଢି ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ଏହି ସଂସ୍ଥା ଆଉ ଦି’ ପାଦ ଆଗକୁ ଯାଇ ଏକଥା ବି ସୂଚାଇଛି େଯ ଆସନ୍ତା ୧୦ ତାରିଖ ରାତି ସାଢେ ୧୧ଟା ପରେ ଏହା େଯ କୌଣସି ମୁହୂର୍ତରେ କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳ ସମ୍ଭାବନା ଛୁଇଁବା ବିଚିତ୍ର ନୁହେଁ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଏହି େକ୍ଷତ୍ରଟି ସୋ‌ମବାର ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହେବ। ଏହା ପ୍ରାୟତଃ ପଶ୍ଚିମ ଦିଗରେ ଗତି କରି ୫ ତାରିଖରେ ଉତ୍ତର ଆଣ୍ଡାମାନରେ ରହିବ। ସେଠାରେ ଦୁଇ ଦିନ ପ୍ରବଳ ବର୍ଷା ହେବ। ୬ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ବେଳକୁ ଆଣ୍ଡାମାନ ଅତିକ୍ରମ କରି ସାରିଥିବ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ଏବଂ ୮ ତାରିଖରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ଅଧିକ ଘନୀଭୂତ ହୋଇ ଓଡ଼ିଶା, ପଶ୍ଚିମବଙ୍ଗ ମୁହାଁ ହେବ। ତେବେ ସ୍ଥଳ ଭାଗ ନିକଟତର ହେବା ବେଳକୁ ତାହା ଦୁର୍ବଳ ହେବାର ସମ୍ଭାବନା ଅଧିକ ରହିଛି। ତାପମାତ୍ରା ଓ ବାୟୁର ପ୍ରବାହ ଯୋଗୁଁ ସ୍ଥଳ ଭାଗ ଭିତରକୁ ପଶିବା ସମ୍ଭାବନା କ୍ଷୀଣ େବାଲି କୁହାଯାଇପାରେ।

କିନ୍ତୁ ଏହାର ପ୍ରଭାବରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅର୍ଥାତ୍ ପ୍ରାୟ ୫୦ କିମି ପରିସରରେ ବର୍ଷା ହେବ। ୯ ତାରିଖ‌ରେ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ। ସେଦିନ ଅପରାହ୍ନଠାରୁ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ। ୧୦ ଓ ୧୨ ତାରିଖ ମଧ୍ୟରେ ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। ତେବେ ଜଗତ୍‌ସିଂହପୁରଠାରୁ ବାଲେଶ୍ବର ମଧ୍ୟରେ ସମୁଦ୍ରକୁ ଲାଗି ରହିଥିବା ଅଞ୍ଚଳରେ ଅଧିକ ବର୍ଷା େହାଇପାରେ। ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ଓ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ହାଲକାରୁ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପର ପ୍ରଭାବ କିଭଳି ରହିବ ତାହା ଆଣ୍ଡାମାନ ଅତିକ୍ରମ କରିବା ପରେ ଅଧିକ ସ୍ପଷ୍ଟ ହେବ ଡ. ପଶୁପାଳକ ପୂର୍ବାନୁମାନ କରୁଛନ୍ତି।

ଭାରତର ପାଣିପାଗ ବିଜ୍ଞାନ େକନ୍ଦ୍ରର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର କହିବା କଥା ହେଉଛି, ଏତେ ଆଗରୁ କୌଣସି ପୂର୍ବାନୁମାନ କରି ବାତ୍ୟା ହେବ େବାଲି କହିବା ଠିକ୍ ନୁହେଁ। କାରଣ ଅନେକ ମଡେଲ୍ ଏ ସୂଚନା ବି ଦେଉଛନ୍ତି େଯ ଏହା ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯାଇପାରେ। କିନ୍ତୁ ବର୍ତମାନ େଯଉଁ ମଡେଲ୍ ସଂପର୍କରେ ଆଇଏମଡି ସୂଚାଇଛି, ସେଥିରେ ଏକଥା ସ୍ପଷ୍ଟ ଭାବେ କୁହାଯାଇଛି, ଅବପାତ ରୂପ ନେବା ପରେ ଏହା ଅଧିକ ଘନୀଭୂତ ହେବ। ଆସନ୍ତା ୬ ତାରିଖ ବେଳକୁ ଏହାର ସ୍ପଷ୍ଟ ରୂପରେଖ ସଂପର୍କରେ ସଠିକ୍ ପୂର୍ବାନୁମାନ କରାଯାଇପାରିବ। ଏହି େକ୍ଷତ୍ରଟି ଉପରେ ଭାରତୀୟ ପାଣିପାଗ ବିଜ୍ଞାନ େକନ୍ଦ୍ର ଶକ୍ତ ଦୃଷ୍ଟି ରଖିଛି େବାଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର