୧୧ ବୁଥ୍‌ରେ୨୫ରେ ସାନି ମତଦାନ

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ, ଫତେପୁର ଓ ତଳଗୋପବିନ୍ଧା ପଞ୍ଚାୟତର ୧୧ ବୁଥ୍‌ରେ ୨୫ ତାରିଖରେ ପୁନଃ  ମତଦାନ ହେବ। ଏ ନେଇ ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି। ଏହିସବୁ ବୁଥ୍‌ରେ ସକାଳ ୯ଟା ଠାରୁ ଅପରାହ୍ନ ୩ଟା ମଧୢରେ  ୱାର୍ଡସଭ୍ୟ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ଭୋଟ ଗ୍ରହଣ ହେବ। ଏ ନେଇ ତିହିଡ଼ି ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ବସନ୍ତ କୁମାର ସାହାଣୀ ବିଜ୍ଞପ୍ତି ଜାରି କରିଛନ୍ତି। ସୂଚନା ଅନୁଯାୟୀ କୋହ୍ଲ ପଞ୍ଚାୟତର ୪ ନମ୍ବର ଓ ୫ ନମ୍ବର ବୁଥ୍‌ ପାଇଁ କୋହ୍ଲ ହାଇସ୍କୁଲରେ ଭୋଟ ଗ୍ରହଣ କରାଯିବ।

ସେହିପରି ଫତେପୁର ପଞ୍ଚାୟତରେ ୪ ନମ୍ବର, ୭ ନମ୍ବର ଓ ୧୧ ନମ୍ବର ବୁଥ୍‌ରେ ମଧୢ ପୁନଃ ମତଦାନ କରାଯିବ। ଫତେପୁର ପଞ୍ଚାୟତ ୪ ନମ୍ବର ବୁଥ୍‌ ପାଇଁ ବଡ଼ଗାଲୋ ୟୁ.ପି. ସ୍କୁଲ, ୭ ନମ୍ବର ବୁଥ୍‌ ପାଇଁ ବିଭୂତିପୁର ୟୁପି. ବିଦ୍ୟାଳୟ ଓ ୧୧ ନମ୍ବର ବୁଥ୍‌ ପାଇଁ ଜେନାସାହି କମ୍ୟୁନିଟି ସେଣ୍ଟରରେ ଭୋଟ ଗ୍ରହଣ କରାଯିବ। ସେହିପରି ତଳଗୋପବିନ୍ଧା ପଞ୍ଚାୟତର ୧ ନମ୍ବର, ୨ ନମ୍ବର, ୩ ନମ୍ବର, ୫ ନମ୍ବର, ୧୦ ନମ୍ବର ଓ ୧୩ ନମ୍ବର ବୁଥ୍‌ ରେ ମଧ୍ୟ ପୁନଃ ଭୋଟ ଗ୍ରହଣ କରାଯିବ।

୧ ନମ୍ବର ବୁଥ୍‌ ପାଇଁ ଐଶାନ୍ୟଚଣ୍ତୀ ସରକାରୀ ସ୍କୁଲ,୨ ନମ୍ବର ଓ ୫ ନମ୍ବର ବୁଥ୍‌ ପାଇଁ ତଳଗୋପବିନ୍ଧା ପଞ୍ଚାୟତ ଘର,  ୩ ନମ୍ବର ବୁଥ୍‌ ପାଇଁ ରାଜୀବ ଗାନ୍ଧୀ ସେବାକେନ୍ଦ୍ର,  ୧୦ ନମ୍ବର ବୁଥ୍‌ ପାଇଁ ନରସି˚ହପୁର ପ୍ରାଥମିକ ବିଦ୍ୟାଳୟ, ୧୩ ନମ୍ବର ବୁଥ୍‌ ପାଇଁ ନାଥପଡ଼ା କମ୍ୟୁନିଟି ସେଣ୍ଟରରେ  ଭୋଟ ଗ୍ରହଣ କରାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସବୁ ବୁଥ୍‌ରେ ସ୍ବଚ୍ଛ ଓ ଅବାଧ ଭୋଟ ଗ୍ରହଣ କରାଯାଇ ନଥିବା ନେଇ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ତ୍ରିଲୋଚନ ମାଝୀ ନିର୍ବାଚନ କମିଶନରଙ୍କୁ ରିପୋର୍ଟ କରିଥିଲେ।

ସମ୍ବନ୍ଧିତ ଖବର