ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ତରଭା/କମସରା : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ବଘିଆ ପଞ୍ଚାୟତ ପୁରୁଣାପାଣି ଗାଁର ଯୁବଚାଷୀ ଚାଷୀ ଗୌତମ ବଗର୍ତ୍ତି (୩୬) ଶନିବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ରେଡକ୍ରସରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା।

ସୂଚନାମତେ, ମୃତ ଗୌତମ ଅଢ଼େଇ ଏକର ଜମି ଧାନ ଚାଷ କରିଥିଲେ। ଶନିବାର ପୂର୍ବାହ୍ନରେ ସେ ପତ୍ନୀ ଆରତିଙ୍କ ସହ ସାର ପକାଇବା ପାଇଁ ଜମିକୁ ଯାଇଥିଲେ। ସାର ସିଞ୍ଚନ ସମୟରେ ଗୌତମ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ତରଭା ଡାକ୍ତରଖାନା ଏବଂ ସେଠାରୁ ବଲାଙ୍ଗୀର ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ।

ସମ୍ବନ୍ଧିତ ଖବର