ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼/ଗାଇସିଲାଟ୍‌ : ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଦିନକୁ ଦିନ ଲମ୍ବି ଚାଲିଛି। ଗାଇସିଲାଟ୍‌ ବ୍ଲକ ରାଇସଲପଦରର ଚାଷୀ ଉମାକାନ୍ତ ସାହୁ ଋଣଭାର ଯୋଗୁଁ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ସୋମବାର ସଂଧ୍ୟା ପ୍ରାୟ ୫ଟା ବେଳେ ଉମାକାନ୍ତ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ରାତି ପ୍ରାୟ ସାଢ଼େ ୮ଟାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଚାଷକାମ ପାଇଁ ଉମାକାନ୍ତ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିଲେ। ଫସଲ ଉଜୁଡ଼ିବା ଏବଂ ଋଣବୋଝ ଚିନ୍ତାରେ ସେ ବିଷ ପିଇ ଦେଇଥିଲେ ବୋଲି ପରିବାରବର୍ଗ କହୁଛନ୍ତି।

ସମ୍ବନ୍ଧିତ ଖବର