ପୁଣି ହରପିସ୍‌ ଆତଙ୍କ, ସମୁଠ ଜଙ୍ଗଲରେ ମାଇ ହାତୀ ଅସୁସ୍ଥ ?

ତେଳକୋଇ: ବର୍ତ୍ତମାନ ରାଜ୍ୟରେ ହରପିସ୍‌ ଭୂତାଣୁ କାରଣରୁ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ବଂଶପାଳ ବ୍ଳକ ଉପର ସୁମଠ ଗାଁ ଜଙ୍ଗଲରେ ଏକ ମାଇ ହାତୀ ଅସୁସ୍ଥ ହୋଇଥିବା ଜଣାପଡିଛି । ଅସୁସ୍ଥ ମାଇ ହାତୀ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନଥିବା ବେଳେ ବର୍ତ୍ତମାନ ସୁଧା ଅସୁସ୍ଥତାର କାରଣ ଜଣା ପଡି ନାହିଁ । ସୂଚନା ମିଳିବା ପରେ ଘଟଣାସ୍ଥଳରେ ବନ କର୍ମଚାରୀ ପହଁଚିଛନ୍ତି, ଅସୁସ୍ଥ ହାତୀ ହରପିସ୍‌ ଭୂତାଣୁର ଶିକାର ହୋଇଥିବା ଅନୁମାନ କରାଯାଉଛି । ହାତୀର ଚିକିତ୍ସା ପାଇଁ କାଲି ଏକ ଡାକ୍ତରି ଟିମ୍‌ ଶିମିଳିପାଳରୁ ଆସିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର