କଟକ: ରାଜ୍ୟରେ ଚିଟ୍ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ୍ ପରେ ସିସୋର ଓ ଅର୍ଥତତ୍ତ୍ୱକୁ ସାନି ନୋଟିସ୍ ଜାରି କରିଛନ୍ତି। ଷଷ୍ଠ ପର୍ଯ୍ୟାୟରେ ୨ ଲକ୍ଷ ୨୪ ହଜାର ୨୫୩ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ନୋଟିସ୍ ଜାରି ଆରମ୍ଭ ହୋଇଛି। ୨୦୧୩, ସେପ୍ଟେମ୍ବର ୨୭ରୁ ୨୦୧୩, ଅକ୍ଟୋବର ୩୧ ତାରିଖ ମଧ୍ୟରେ ଦାଖଲ ସତ୍ୟପାଠ ଗୁଡିକ ଯାଞ୍ଚ କରାଯାଉଛି। ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ୪ ହଜାର ୨୨୯ ଜଣ ଓ ଅର୍ଥତତ୍ତ୍ୱ ଏମଡି ପ୍ରଦୀପ ସେଠୀଙ୍କୁ ୧ହଜାର ୬୦୭ ଜଣ କ୍ଷୁଦ୍ର ଜମାକାରୀଙ୍କ ଦାବି ସଂପର୍କରେ କାରଣ ଦର୍ଶାଇବାକୁ କମିସନ୍ ନୋଟିସ ଜାରି କରିଛନ୍ତି। ସିସୋର ମୁଖ୍ୟ ଶ୍ରୀ ଦାସଙ୍କୁ ୨୦୧୮, ଅଗଷ୍ଟ ୨୭ ତାରିଖ ଦିନ ୨ଟା ବେଳେ ନିଜେ କିମ୍ବା ପ୍ରତିନିଧଙ୍କ ମାଧ୍ୟମରେ ହାଜର ହୋଇ କାରଣ ଦର୍ଶାଇବାକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଝାରପଡା ଜେଲରେ ଥିବା ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜେଲ ଅଧୀକ୍ଷକଙ୍କ ଜରିଆରେ ନୋଟିସ୍ ଜାରି କରାଯାଇଛି। ଅଗଷ୍ଟ ୨୮ରେ ତାଙ୍କୁ ନିଜେ କିମ୍ବା ପ୍ରତିନିଧିଙ୍କ ମାଧ୍ୟମରେ କମିସନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ୫ଟି ପର୍ଯ୍ୟାୟରେ କମିସନ୍ ୫ ଲକ୍ଷ ୯୩ ହଜାର ସତ୍ୟପାଠ ଯାଞ୍ଚ କରି ସାରିଛନ୍ତି। ୨୦୧୮, ଜୁଲାଇ ୧୩ରେ କମିସନ୍ ସରକାରଙ୍କୁ ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ୨୯୦ଟି ଅର୍ଥ ଲଗାଣକାରୀ ସଂସ୍ଥାର ୧ ଲକ୍ଷ ୧ ହଜାର ୮୫୦ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା। ଏଥି ମଧ୍ୟରେ ସିସୋର ଗ୍ରୁପର ୭ ହଜାର ୭୩୪ ଜଣ, ଅର୍ଥତତ୍ତ୍ୱ ଗ୍ରୁପର ୨ହଜାର ୩୬୫ ଜଣ କ୍ଷୁଦ୍ର ଜମାକାରୀ ଥିଲେ। ପ୍ରକାଶଥାଉକି, ରାଜ୍ୟରେ ଚିଟଫଣ୍ଡ କାରବାର କରୁଥିବା ସଂସ୍ଥା ଗୁଡିକ ମଧ୍ୟରୁ ଠିକଣା ମିଳୁ ନଥିବା ୩୦୯ଟି କମ୍ପାନିକୁ ଖବର କାଗଜ ମାଧ୍ୟମରେ ଜଷ୍ଟିସ୍ ମଦନ ମୋହନ ଦାସ କମିସନ୍ ନୋଟିସ୍ ଜାରି କରିଛନ୍ତି।
ସିସୋର ଓ ଅର୍ଥତତ୍ତ୍ୱକୁ ସାନି ନୋଟିସ୍
/sambad/media/post_attachments/wp-content/uploads/2018/01/seashoregroup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)