ପୁଣି ଜଲେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ଆସିଲା ଧମକପୂର୍ଣ୍ଣ ଫୋନ, ଆଶ୍ରମରେ ପହଞ୍ଚିଲେ ବୋମା ନିଷ୍କ୍ରିୟକାରୀ ଟିମ

ଫୁଲବାଣୀ: କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ । ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍ । ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦେବାକୁ ଫୋନରେ ଧମକ ଦିଆଯାଇଛି । ଆଜି ସକାଳ ୯ଟା ସମୟରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ । ଗତକାଲି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା ।

ଆସନ୍ତା ୪ ଦିନ ମଧ୍ୟରେ ଏକାଧିକ ବାର ଫୋନ କଲ ଜରିଆରେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା । କୌଣସି ଅଜଣା ଫୋନ ନମ୍ବରରୁ ଏହି ହତ୍ୟା ଧମକ ଆସିବା ପରେ ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକଡି କରିଛନ୍ତି ତୁମୁଡ଼ିବନ୍ଧ ଆଇଆଇସି | ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଂଚିଥିବାବେଳେ ୮ବନ୍ଧୁକ ଧାରୀ ପୁଲିସ ଓ ଜଣେ ଅଫିସର ମୃତୟନ ହୋଇଛନ୍ତି ।

ପୂର୍ବରୁ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ଆସିଥିଲା । ଏହାର ଗୋଟିଏ ଦିନ ପରେ ଦୃବୁର୍ତ୍ତ ଆଶ୍ରମ ମଧ୍ୟରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିଥିଲେ । ଏଭଳି ଘଟଣା ପରେ ବିଜେପିର ଏକ ଟିମ୍ ଆଶ୍ରମ ଗସ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର