ପୁଣି ବାଘ ଆତଙ୍କ, ଗାଈକୁ ମାରି ଖାଇଗଲା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଗୁଣ୍ଡରୀ ପଞ୍ଚାୟତ ଅଂଚଳରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଗତ ସୋମବାର ରାତ୍ରି ପ୍ରାୟ ୩ଟା ସମୟରେ ଏକ ଗାଈକୁ ବାଘ ଖାଇଦେଇଥିବା ଜଣାପଡ଼ିଛି। ସୂଚନାମତେ, ପ୍ରାୟ ୨ମାସ ହେବ ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡରୀ ପଞ୍ଚାୟତରେ ଏକ କଲରାପତରିଆ ବାଘ ପଞ୍ଚାୟତର ୭ କିମି ଦୂରରେ ଥିବା ନାନ୍ଦକଣା, ସିଦ୍ଦାଖୁଟି, ଜାମକଣା, କାଵାଗେଞ୍ଜୁ, ଵାତୁଆ, ପିରୁଲ, କାରଲି, ଅଢଶତୁଲା, ଲେହେଡା, ଵନପେନୁ ଓ ଗୁଣ୍ଡରୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଚାଲିଛି। ବାଘ ଭୟରେ ୨ ମାସ ହେବ ଲୋକେ ଗାଈ, ଛେଳି ଚରାଇବାକୁ ଜଙ୍ଗଲକୁ ଯାଉନାହାନ୍ତ। ପୁଣି ଗତକାଲି ଜାମକଣା ଗାଁର ସମୀର ନାଗଙ୍କ ଗାଈକୁ ବାଘ ଖାଇଥିବା ଦେଖି ଲୋକେ ଭୟଭୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର