ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦକ୍ଷିଣ ପୂର୍ବାଞ୍ଚଳ ରେଲୱେର ହାଓଡ଼ା-ଖଡ଼ଗପୁର ରେଲୱେ ସେକ୍ସନର ବିଭିନ୍ନ ରେଳ ଷ୍ଟେସନରେ ବିକ୍ଷୋଭ ଜାରି ରହିଛି। ତାହାକୁ ଦୃଷ୍ଟିରେ ରଖି ତାହାକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଛାଡ଼ିବାକୁ ଥିବା ଓ ଓଡ଼ିଶା ମଧ୍ୟ ଦେଇ ଯିବା ଆସିବା କରୁଥିବା କିଛି ଆଜି ବି ବାତିଲ୍ କରାଯାଇଛି। ହାଓଡ଼ାରୁ ବାହାରୁଥିବା ସିଆଲ୍ଦା-ପୁରୀ ଏକ୍ସପ୍ରେସ୍, ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓଡ଼ା-ଯଶବନ୍ତପୁର ଏକ୍ସେପ୍ରେସ୍, ହାଓଡ଼ା-ଚେନ୍ନାଇ ମେଲ୍ ଏକ୍ସପ୍ରେସ୍, ହାଓଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍ ଆଜି ବାତିଲ୍ ହୋଇଛି। ୧୭ ତାରିଖରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-କାମାକ୍ଷା ଏକ୍ସପ୍ରେସ୍କୁ ବି ବାତିଲ୍ କରାଯାଇଛି।
ସେହିପରି ଗତ ୧୬ରୁ ୧୯ ତାରିଖ ମଧ୍ୟରେ ଆହୁରି ୧୨ଟି ଟ୍ରେନ୍କୁ ବି ବାତିଲ୍ କରାଯାଇଛି। ୧୬ ତାରିଖ ପାଇଁ ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍, ଚେନ୍ନାଇ-ପୁରୀ ଏକ୍ସପ୍ରେସ୍, ଚେନ୍ନାଇ-ପୁରୀ ସ୍ପେସାଲ, ମହୀଶୁର-ହାଓଡ଼ା ଏକ୍ସପ୍ରେସ୍, ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍, ୧୭ ତାରିଖ ପାଇଁ ଏର୍ଣ୍ଣାକୁଲମ-ହାଓଡ଼ା ଏକ୍ସପ୍ରେସ୍, ଗୌହାଟି-ବାଙ୍ଗାଲୋର କାଣ୍ଟନ୍ମେଣ୍ଟ ଏକ୍ସପ୍ରେସ୍, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟନ୍ମେଣ୍ଟ ଏକ୍ସପ୍ରେସ୍, ତ୍ରିଭେନ୍ଦ୍ରମ-ସିଲଚାର ଏକ୍ସପ୍ରେସ୍, ୧୮ ତାରିଖ ଲାଗି ଭାଗଲପୁର-ଯଶବନ୍ତପୁର ଏକ୍ସପ୍ରେସ୍, ୧୯ ତାରିଖ ପାଇଁ ଗୌହାଟି-ସିକନ୍ଦରାବାଦ ଏକ୍ସପ୍ରେସ୍, ତାମ୍ବାରାମ-ଦିବ୍ରୁଗଡ଼ ଏକ୍ସପ୍ରେସ୍ ବାତିଲ୍ ହୋଇଛି। ସେହିପରି ଦୁଇଟି ଟ୍ରେନ୍କୁ ଆଂଶିକ ବାତିଲ୍ କରାଯାଇଛି। ଚେନ୍ନାଇ-ଗୌହାଟି ଏକ୍ସପ୍ରେସ୍କୁ ମାଲଦା ଟାଉନ୍ରୁ ଗୌହାଟି ପର୍ଯ୍ୟନ୍ତ ଆଂଶିକ ବାତିଲ୍ କରାଯାଇଥିବା ବେଳେ ତ୍ରିବେନ୍ଦ୍ରମ୍-ସିଲଚାର ଏକ୍ସପ୍ରେସ୍କୁ ହାଓଡ଼ାରୁ ସିଲଚାର ପର୍ଯ୍ୟନ୍ତ ବାତିଲ୍ ହୋଇଛି। ଆଜିଠାରୁ ହାଓଡ଼ାରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।