ପୁଣି ବଢିଲା ଶୀତ : କନ୍ଧମାଳକୁ ୟଲୋ ୱାର୍ଣ୍ଣିଂ

ଫୁଲବାଣୀ ୫.୫ ଓ ଦାରିଙ୍ଗବାଡି ୬.୫

ଫୁଲବାଣୀ: କନ୍ଧମାଳରେ ଗତ ଦୁଇତିନି ଦିନ ହେଲା ଶୀତ ସାମାନ୍ୟ କମିଥିଲା। ହେଲେ ଗତକାଲି ରାତିରୁ ପୁଣି ଶୀତ ବଢିଛି। କନ୍ଧମାଳରେ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ଶୀତ ଲାଗି ରହିଥିଲା। ଅପରାହ୍‌ଣ ପର୍ଯ୍ୟନ୍ତ ଶୀତର ପ୍ରକୋପ କମିଥିଲା। ସନ୍ଧ୍ୟା ୫ଟା ପରେ ପୁଣି ଶୀତ ମାଡି ଆସିଲା। ଆଜି ଫୁଲବାଣୀର ତାପମାତ୍ରା ୫.୫ ରହିଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ତାପମାତ୍ରା ୬.୫ ରହିଥିଲା।

ଶୀତ ପାଇଁ କନ୍ଧମାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ହେଲେ କେତେକ ପର୍ଯ୍ୟଟନ ସ୍ଥଳିକୁ ଯିବାକୁ ଅନୁମତି ମିଳୁ ନଥିବାରୁ ଏହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୩୦ ତାରିଖରୁ ଶୀତ ଆହୁରି ବଢିବ। ଏ ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ କନ୍ଧମାଳକୁ ୟଲୋ ୱାଣ୍ଟିଂ ଜାରି କରାଯାଇଛି। ଶୀତ ଦ୍ବାରା ଯେଭଳି କାହାର କିଛି କ୍ଷତି ନ ହୁଏ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର