ପୁଣି ମହିଳା କାର୍ଡ : ମିସନ ଶକ୍ତିର ମା’ଙ୍କୁ ୫ ହଜାର କୋଟିର ସରକାରୀ କାମ, ମଧ୍ୟାହ୍ନ ଭୋଜନ, ଟିକସ ଆଦାୟ, ସ୍କୁଲ ୟୁନିଫର୍ମ ଦାୟିତ୍ୱ ବୁଝିବେ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷର ବୀମା ସହାୟତା, ବାହାଘର ବେଳେ ଗରିବ ପରିବାର ଝିଅଙ୍କୁ ୨୫ ହଜାର ଟଙ୍କା, କେଜିରୁ କଲେଜ, ମେଡିକାଲ, ଇଞ୍ଜିନିୟରିଂ ମାଗଣାରେ ପଢ଼ିବେ

ନୂଆପଡ଼ା/ ଖଡ଼ିଆଳ/ ତରବୋଡ଼/ ସିନାପାଲି : ମା’ମାେନ େହଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ। ସେଥିପାଇଁ ବିଜୁ ଜନତା ଦଳ ଇସ୍ତାହାରରେ ମା’, ଝିଅମାନଙ୍କୁ ବିେଶଷ ଗୁରୁତ୍ବ ଦିଆଯାଇଛି। ବିଜେଡି ସରକାର ଗଠନ େହବା ପରେ ମିସନ ଶକ୍ତିର ମା’ମାନଙ୍କୁ ବର୍ଷକୁ ୫ହଜାର େକାଟି ଟଙ୍କାର ସରକାରୀ କାମ ଦିଆଯିବ। ଆଜି କଳାହାଣ୍ଡି ଓ ନୂଆପଡା ନିର୍ବାଚନ ପ୍ରଚାର ଅଭିଯାନରେ ସାମିଲ େହାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଏକ ବଡ଼ େଘାଷଣା କରିଛନ୍ତି। େଲାକସଭା ପ୍ରାର୍ଥୀ ଚୟନ େକ୍ଷତ୍ରରେ ୩୩% ସଂରକ୍ଷଣ ପରେ ମହିଳାମାନଙ୍କୁ ବିେଜଡି ଆଡକୁ ଆକର୍ଷିତ କରିବା ଲାଗି ନବୀନଙ୍କର ଏହା ଆଉ ଏକ ବଡ଼ ପଦକ୍ଷେପ େବାଲି କୁହାଯାଉଛି।

ତରବୋଡ଼ରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିେଜଡି ସରକାର ଆସିଲେ ମଧ୍ୟାହ୍ନ େଭାଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଆଶ୍ରମ ସ୍କୁଲର ପରିଚାଳନା, ପର୍ଯ୍ୟଟନ ସୁବିଧାର ପରିଚାଳନା, ଡାକ୍ତରଖାନା ପରିଚାଳନା, ପରିବହନ େକ୍ଷତ୍ର ପରିଚାଳନା ଦାୟିତ୍ବ ସେମାନଙ୍କୁ ଦିଆଯିବ। କେବଳ ସେତିକି ନୁହେଁ, ଟିକସ ଆଦାୟ, ସ୍କୁଲ ୟୁନିଫର୍ମ େଯାଗାଣ ସହିତ ଆହୁରି ଅନେକ ସରକାରୀ କାମ ମା’ମାନଙ୍କୁ ଦିଆଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଗରିବ ଝିଅଙ୍କ ବାହାଘର ପାଇଁ ପଚିଶ ହଜାର ଟଙ୍କା ସହାୟତା, ସବୁ ସ୍ବୟଂ ସହାୟକ େଗାଷ୍ଠୀର ମା’ମାନଙ୍କ ପାଇଁ ଦୁର୍ଘଟଣା ବୀମା, ସବୁ ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ଯାଏ ଋଣ ପ୍ରଦାନ କରାଯିବ। ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ମହିଳାମାନଙ୍କ ଚିକିତ୍ସା ସୁବିଧାକୁ ସାତ ଲକ୍ଷ ଟଙ୍କାରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ସବୁ ଝିଅ ମାଗଣାରେ ପଢିବେ। ସବୁଠାରୁ ବଡ଼ କଥା େହଲା, େକଜିରୁ କଲେଜ, ମେଡିକାଲ, ଇଞ୍ଜିନିୟରିଂ ସବୁ ସେମାନଙ୍କ ପାଇଁ ମାଗଣା।

ବିେଜପି ଓ େକନ୍ଦ୍ର ସରକାରଙ୍କୁ କଟାକ୍ଷ କରି ନବୀନ କହିଥିଲେ, ନିର୍ବାଚନ େହଲେ େକନ୍ଦ୍ରର ବଡ଼ ବଡ଼ େନତାମାନଙ୍କର ନୂଆପଡା କଳାହାଣ୍ଡି କଥା ମନା ପଡେ। ଏହି ଅବସରରେ େଭାଟରଙ୍କୁ ସେ ପ୍ରବର୍ତାଇଥିଲେ େଯ େକନ୍ଦ୍ରୀୟ େନତାଙ୍କୁ ପଚାରନ୍ତୁ, ଭବାନୀପାଟଣା ଵାଗନ କାରଖାନା କୁଆଡେ ଗଲା? ଦୁଇଗୁଣା ଏମ୍ଏସପି କୁଆଡେ ଗଲା? ସବୁ େକ୍ଷତକୁ ପାଣି କୁଆଡେ ଗଲା? କେବିେକ େଯାଜନା କାହିଁକି ବନ୍ଦ ହେଲା? ଏସସିଏସଟି ପିଲାଙ୍କ ବୃତ୍ତି କାହିଁକି ବନ୍ଦ େହଲା?

ବୀମା କରି ଚାଷୀ ହଇରାଣ କିନ୍ତୁ କଂପାନି ଲାଭବାନ କାହିଁକି? କିଏ ସୁେଯାଗ ଦେଲା।

ଉଦବୋଧନ ଆରମ୍ଭରେ ତାଙ୍କର ଚିରାଚରିତ ଢଙ୍ଗରେ ‘ଆପଣମାନେ ଖୁସି ତ, ମୁଁ ବି ଖୁସି’ କହି ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର ଓ ସେମାନଙ୍କ ପାଖରେ ସବୁଦିନ ରହିଛନ୍ତି, ସବୁଦିନ ପାଇଁ ରହିବେ ବୋଲି କହିଥିଲେ। ଏଥିସହ କଳାହାଣ୍ଡି ସାଂସଦ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ଜିତାଇବାକୁ ନିବେଦନ କରିଥିଲେ।

ସଭା ପରିଚାଳନା କରିଥିଲେ ବିଜେଡିର ସାଧାରଣ ସଂପାଦକ ସରୋଜ ସାହୁ। କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର, ବୈରାଜ ସାହୁ, ତରବୋଡ ସମିତି ସଭ୍ୟା ଦମୟନ୍ତୀ ପ୍ରଧାନ, ଯୁବ ସଭାପତି ରାଜେଶ ନିଗମ, କ୍ଷମା ସିଂ ନିଆଲ, କାଳିଆ ପ୍ରଧାନ, ଟିଟୁ ପଣ୍ତା, ସୁଧୀର ମିଶ୍ର, ମହେଶ ନିଆଲ, କାର୍ତ୍ତିକ ଦୀପ, ଅବନୀରଞ୍ଜନ ଯୋଷୀ, ସଂଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ଓଲିଉଡର ଦେବାଶିଷ, ପୁପିନ୍ଦର, ଲିପସା ମିଶ୍ର, ନାବ୍ୟା, ସଂଗ୍ରାମ, ଅଙ୍କିତା, ଲିନା ପ୍ରମୁଖ ମଞ୍ଚରେ ନୃତ୍ୟ ଆଦି ପ୍ରଦର୍ଶନ କରିଥିଲେ। ବିଜେଡିକୁ ଜିତାଇବା ପାଇଁ ନିବେଦନ କରିଥିଲେ।

ସଭା ପରେ ମୁଖ୍ୟମନ୍ତ୍ରୀ ତରବୋଡ଼ରୁ ହେଲିକପ୍ଟର ଯୋଗେ ଆସି ଖଡ଼ିଆଳ ଆସିଥିଲେ। ସ୍ବତନ୍ତ୍ର ବସ ଯୋଗେ ରୋଡ଼ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ତାଙ୍କର ସ୍ବତନ୍ତ୍ର ବସ୍‌ ଉପରକୁ ଉଠି ହାତ ହଲାଇ ଲୋକଙ୍କ ସ୍ବାଗତର ଉତ୍ତର ଦେଇଥିଲେ।

ଏହି ରୋଡ଼ ସୋରେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ସିଂହଦେଓ ଓ ଖଡ଼ିଆଳ ବିଧାନସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ମଧ୍ୟ ସାମିଲ ଥିଲେ। ଏହି ଉପଲକ୍ଷେ ଏକ ବାଇକ ରାଲି ‌ହୋଇଥିଲା। ଥାନା ଛକଠାରେ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ସିନାପାଲି ବସ୍‌ଷ୍ଟାଣ୍ତ ନିକଟରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ପୁଣି ଥରେ ବିଜେଡିକୁ ସରକାର ଗଠନ କରିବା ପାଇଁ ସୁଯୋଗ ଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ଏଠାରେ ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭବାନୀପାଟଣା ଜଳସଂପଦ ବଙ୍ଗଳାରେ ରାତ୍ରିଯାପନ କରୁଛନ୍ତି। ଆସନ୍ତାକାଲି ସେ ସକାେଳ ସେ ମାଣିକେଶ୍ବରୀଙ୍କ ଦର୍ଶନ କରିବେ। ପରେ ଲାଞ୍ଜିଗଡ, ନର୍ଲା ନିର୍ବାଚନମଣ୍ଡଳୀରେ ସଭା, େଶାଭଯାତ୍ରା କରି ଭୁବନେଶ୍ବର ଫେରିବେ।

ସମ୍ବନ୍ଧିତ ଖବର