କ୍ରିକେଟରେ ବୟସ ଜାଲିଆତି: ହାଇକୋର୍ଟରେ କମିସନରେଟ୍‌ ପୁଲିସ୍‌ର ସତ୍ୟପାଠ

କଟକ : ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲାରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଯେହେତୁ ପୂର୍ବରୁ ସିବିଆଇ ଜାଲିଆତି ସଂକ୍ରାନ୍ତରେ ତଦନ୍ତ ଚଳାଇଛି, ତେଣୁ ପୁନର୍ବାର ଏହାର ଅନୁସନ୍ଧାନ କଲେ ତଦନ୍ତରେ ବ୍ୟତିକ୍ରମ ହେବ ବୋଲି ସତ୍ୟପାଠରେ କୁହାଯାଇଛି। ବିଭିନ୍ନ ବ୍ୟକ୍ତି, ଓଡ଼ିଶା କ୍ରିକେଟ ସଂଘ କିମ୍ବା ଅନ୍ୟାନ୍ୟ ସୂତ୍ରରୁ ପୁଲିସ୍‌କୁ କୌଣସି କାଗଜପତ୍ର ମିଳିପାରିନାହିଁ। ତେଣୁ ଏହାର ତଦନ୍ତ କରାଯାଇପାରିନଥିବା ସତ୍ୟପାଠରେ କୁହାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟର ବିିଭିନ୍ନ ବୟସ ବର୍ଗର ଦଳମାନଙ୍କରେ ଅଧିକ ବୟସର ଖେଳାଳିମାନେ ଖେଳୁଥିବା ସଂକ୍ରାନ୍ତରେ ଅଖିଳ ଭାରତୀୟ ଭ୍ରଷ୍ଟାଚାର ସଂଗଠନ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ପ୍ରସନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର