ବଙ୍ଗୋମୁଣ୍ଡା ଓ ଖପ୍ରାଖୋଲ ବ୍ଲକ୍‌ ଅଫିସ ଆଗରେ ବିଜେପିର ଧାରଣା

ବଙ୍ଗୋମୁଣ୍ତା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଛି। ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ଅଯୋଗ୍ୟଙ୍କୁ ତାଲିକାରେ ସାମିଲ କରିଥିବା ଅଭିଯୋଗ କରିଛି ବିଜେପି। ତେଣୁ ଅଯୋଗ୍ୟଙ୍କୁ ତୁରନ୍ତ ବାଦ୍‌ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଏହି ତାଲିକାରେ ସାମିଲ କରିବା ଦାବିରେ ଶନିବାର ବଙ୍ଗୋମୁଣ୍ଡା ବ୍ଲକ୍‌ ଅଫିସ ଘେରାଉ କରିଛି ବ୍ଲକ୍‌ ବିଜେପି। ପରେ ବିଡିଓ ରିପୁନାଥ ସୁନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି। ଦାବି ପୂରଣ ନହେଲେ ବ୍ଲକ୍‌ ସ୍ତରରୁ ବିଧାନସଭା ଯାଏ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛି। ଏହି ଘେରାଉରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କୃଷକମୋର୍ଚା ସଂପାଦକ ଲକ୍ଷ୍ମଣ ବାଗ, ଜିଲ୍ଲା ସଂପାଦକ ଅନିଲ ନାଏକ, ନରସିଂହ ଥନାପତି, ବଙ୍ଗୋମୁଣ୍ଡା ମଣ୍ତଳ ସଭାପତି କ୍ଷୀରସିନ୍ଧୁ ବଛା, ସିନ୍ଧେକେଲା ମଣ୍ଡଳ ସଭାପତି ମୁନିରାମ ନାଗ, ତ୍ରିବିକ୍ରମ ବଛା, ନୀଳାଚଳ ବଛା, ଥବିର ବାଗ, ଦେବକୀ ହଂସ, ନନ୍ଦଲାଲ ମେହେରଙ୍କ ସମେତ ବହୁ ସଖ୍ୟାରେ ବିଜେପି କର୍ମକର୍ତା ସାମିଲ ଥିଲେ।

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ୍‌ରେ ମଧ୍ୟ ସମାନ ଅଭିଯୋଗ କରି ବିଜେପି ପକ୍ଷରୁ ବ୍ଲକ୍‌ ଅଫିସ ଘେରାଉ କରାଯାଇଥିଲା। ପୂର୍ବମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ବରେ ଦଳୀୟ କର୍ମୀ ଓ ଯୋଗ୍ୟ ହିତାଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ରରେ ଏକ ସ୍ମାରକପତ୍ର ବିଡିଓ ରଶ୍ମିରଞ୍ଜନ ରାଉତଙ୍କୁ ଦେଇଥିଲେ। ସପ୍ତାହକ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଶ୍ରୀ ସିଂହଦେଓ ଚେତାବନୀ ଦେଇଥିଲେ। ୪ ନମ୍ବର ମଣ୍ତଳ ସଭାପତି ଦେବକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବ ଜିଲ୍ଲାପରିଷଦ ସଭ୍ୟ ବିପ୍ର ବିଶି, ପୂର୍ବ ସମିତି ସଭ୍ୟ ଦଶରଥ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ୩ ନମ୍ବର ମଣ୍ତଳ ସଭାପତି ଶଶି ପୂଜାରୀ, ଖପ୍ରାଖୋଲ ବ୍ଲକ୍‌ ବିଜେପି ସମ୍ପାଦକ ସତ୍ୟାନନ୍ଦ ସେନ୍ଦ୍ରିଆ, ପୂର୍ବ ସଭାପତି ସୀତାରାମ ବାଗ, ସମିତି ସଭ୍ୟ ଉପେନ୍ଦ୍ର ଭୋଇ, ବିଜେପି ନେତା ମଧୁ ବରିହା, ହରିବୋଲ ପୋଢ, ଭରତ ସାହୁ, ବୁଲୁ ବେହେରା, ସୁଦାମ ପଧାନ, ସନ୍ତୋଷ ଗଡତ୍ୟା, ଫକିର ପଧାନ, କୁନା ବିଶ୍ବାଳ, ଶିବା ସୁନା ପ୍ରମୁଖ ସାମିଲଥିଲେ।

ସମ୍ବନ୍ଧିତ ଖବର