ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସ ଆଇ ଆଲିସ ନରିମା ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି ସହ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଏଡିଏମ, ଏସପି ଅଫିସ ସହ ଉଦିତନଗର ଥାନା ଘେରାଉ କରାଯାଇଛି। ଏଥିରେ ହଜାର ହଜାର ଆଦିବାସୀ ପ୍ଲାକାର୍ଡ ଧରି ରାଉରକେଲା ମହାନଗର ଅଫିସରୁ ବିରାଟ ରାଲିରେ ବାହାରିଥିଲେ। ଜର୍ଜ ସେନା, ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଓ ଅନ୍ୟ ଆଦିବାସୀ ସଂଘର ନେତାମାନେ ଏହାର ନେତୃତ୍ୱ ନେଇଥିଲେ। ଏଥିରେ ଜର୍ଜ ତୀର୍କୀ ଓ ଜିଲ୍ଲା ସରପଞ୍ଚ ସଂଘର ଉପ ସଭାପତି ଅଜିତ ତୀର୍କୀଙ୍କୁ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ଦୁଇ ସପ୍ତାହ ବିତିଲାଣି; କିନ୍ତୁ ଏଯାଏ ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିନି। ସୁସ୍ମିତା ଆତ୍ମହତ୍ୟା କରିଥିବା ପୁଲିସ କହୁଥିବାବେଳେ ଏହାକୁ କିନ୍ତୁ ପରିବାରବର୍ଗ, ସମ୍ପର୍କୀୟ ଗ୍ରହଣ କରୁନାହାନ୍ତି। ସୁସ୍ମିତାଙ୍କୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ଦାବି ହେଉଛି। ଅପରପକ୍ଷରେ ଜଣେ ଅତିରିକ୍ତ ଏସ୍ପି ରୢାଙ୍କ୍ଧାରୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଥା ମାନବାଧିକାରୀ ସୁରକ୍ଷା ସେଲ୍(ଏଚ୍ଆର୍ପିସି) ଡିଏସ୍ପି ବନୀତା ମାଝୀଙ୍କ ନେତୃତ୍ବରେ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/c35ae9c7-ac57-40b8-9636-46e2c5d49561.jpeg)