ଭୁବନେଶ୍ୱର: ଅଖିଳ ଭାରତୀୟ ସଡ଼କ ପରିବହନ ମହାସଂଘ ସମୂହ ଓ ସିଆଇଟିୟୁ, ଏଚ୍.ଏମ୍.ଏସ୍, ଏ.ଆଇ.ଟି.ୟୁ.ସି, ଏଲ୍.ପି.ଏଫ୍ଙ୍କ ମିଳିତ ଆହ୍ଵାନରେ ଅଗଷ୍ଟ ୭ରେ ୨୪ ଘଣ୍ଟିଆ ପରିବହନ ଧର୍ମଘଟ ପାଇଁ ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ କିଛି ରାଜ୍ୟର ପରିବହନ ସଂଘମାନେ ସାମିଲ ହେବାକୁ ଘୋଷଣା କରିଛନ୍ତି।
ମୋଟର ତହବିଲ ଆକ୍ଟ ୧୯୮୮ର ସଂଶୋଧନ ବିଲର ପ୍ରତ୍ୟାହାର ଦାବି କରି ଏହି ଧର୍ମଘଟ ପାଳନ କରାଯାଉଛି। ଡିଜେଲ ଦର ବୃଦ୍ଧି, ଯନ୍ତ୍ରପାତିର ଦରବୃଦ୍ଧି ଓ ଥାର୍ଡପାର୍ଟି ଇନସ୍ୟୁରାନ୍ସ ରାଶି ବୃଦ୍ଧି ବିରୁଦ୍ଧରେ ଏହି ଧର୍ମଘଟ କରାଯିବ। ତା’ ସହିତ ପରିବହନ ଶ୍ରମିକ ପାଇଁ ସାମାଜିକ ନିରାପତ୍ତା ଦାବି କରି ଏହି ଧର୍ମଘଟରେ ଲକ୍ଷ ଲକ୍ଷ ଅଟୋ, ଟ୍ୟାକ୍ସି, ବସ, ଟ୍ରକ, ଟ୍ୟାଙ୍କର, ଡମ୍ପର ଆଦି ଗାଡ଼ିର ଶ୍ରମିକମାନେ ଧର୍ମଘଟରେ ସାମିଲ ହେବେ। ଅଗଷ୍ଟ ୭ ପୂର୍ବରୁ ସାରା ରାଜ୍ୟରେ ପ୍ରଚାର ଅଭିଯାନ ନିଆଯିବ। ଶ୍ରମିକ ଓ ମାଲିକମାନଙ୍କର ରାଜ୍ୟସ୍ତରରେ ଓ ଆଞ୍ଚଳିକସ୍ତରରେ ମିଳିତ ବୈଠକ କରାଯାଇ ଧର୍ମଘଟ ପାଇଁ ଆହ୍ଵାନ ଦିଆଯିବ। ଟ୍ରାନ୍ସପୋର୍ଟ ଫେଡେରେସନର ରାଜ୍ୟ ବୈଠକରେ ସଭାପତି ଜନାର୍ଦ୍ଦନ ପତିଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି। ସର୍ବଭାରତୀୟ ଫେଡେରେସନର ଡେପୁଟି ସାଧାରଣ ସମ୍ପାଦକ ଆର. ଲକ୍ଷ୍ମେୟା ଏହି ବୈଠକରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/truck-1.jpg)