ଫାଟକ ଷ୍ଟେସନ ସୁରକ୍ଷା ଦାବିରେ ଆନ୍ଦୋଳନ 

ସମ୍ବଲପୁର: ଫାଟକ ଷ୍ଟେସନର ସୁରକ୍ଷା ଦାବିରେ ଆଜି ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫାଟକରୁ ବିଶାଳ ରାଲିରେ ବାହାରି ଆର୍‌ଡିସି ଅଫିସ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରେଳବାଇ ବିରୋଧରେ ଗର୍ଜି ଥିଲେ।  ଫାଟକ ଷ୍ଟେସନର ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରି ଏହାକୁ ବଞ୍ଚାଇ ରଖିବା ପାଇଁ ଦାବି କରାଯାଇଛି।

ଗତ ୩୦ ମାର୍ଚ୍ଚ ଦିନ ସମ୍ବଲପୁର ଡିଆର୍‌ଏମ ଓ ସଚେତନ ନାଗରିକ କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବର୍ତ୍ତମାନର ରେଳଷ୍ଟେସନର ସଂରକ୍ଷଣର ସମ୍ଭାବନା ତଥା ଷ୍ଟେସନ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟର ବିସ୍ତାର ପାଇଁ ଏକ ବିଶେଷଜ୍ଞ କମିଟି ଦ୍ୱାରା ଡିଆରପି ପୁନଃ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ ନିଆଯାଇଥିବା ନିଷ୍ପତ୍ତିର ଅଗ୍ରଗତିର ସମୀକ୍ଷା କରିବାକୁ ଆରଡିସି କାର୍ଯ୍ୟାଳୟରେ ସଭା ଡାକିବା ଏବଂ ସେଠାରେ ତ୍ରିପାକ୍ଷିକ ଚୂଡ଼ାନ୍ତ ନିଷ୍ପତ୍ତି ନେବାବେଳକୁ, ସମ୍ବଲପୁରର ନିର୍ବାଚିତ ଲୋକ ପ୍ରତିନିଧି, ରେଳ କର୍ତ୍ତୃପକ୍ଷ, ସଚେତନ ନାଗରିକ କମିଟି ସଦସ୍ୟଙ୍କୁ ନିମନ୍ତ୍ରଣ କରିବାକୁ ସହମତି ପ୍ରକାଶ ପାଇଥିଲା।

ମାତ୍ର, ରେଳବାଇ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଟିକେଟ୍ ବୁକିଂ କାଉଣ୍ଟର ବନ୍ଦ ଦେଇଛନ୍ତି। ପୁଣି, ନିକଟରେ ଏଠାକାର  ୩ ନମ୍ବର ପ୍ଲାଟଫର୍ମର କିଛି ଅଂଶ ଭଂଗାଯାଇଛି। ପ୍ଲାଟଫର୍ମ ଭାଙ୍ଗାଯିବା ସଂକ୍ରାନ୍ତରେ ସଂନ୍ତୋଷଜନକ ଉତ୍ତର ଦିଆଯାଉ ନାହିଁ। ଫାଟକ ଷ୍ଟେସନକୁ ସ୍ଥାୟୀ ଭାବରେ ବନ୍ଦ କରାଯିବାର ଆଶଙ୍କା ରହିଛି। ତେଣୁ, ରେଳ ବ୍ୟବହାରକାରୀଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ସହିତ ସମ୍ବଲପୁର ରୋଡ୍ ଫାଟକ ରେଳ ଷ୍ଟେସନ ପୂର୍ବ ପରି କାର୍ଯ୍ୟକ୍ଷମ କରାଯିବାକୁ ଦାବି କରାଯାଇଛି। ଟିକେଟ୍ ବୁକିଂ କାଉଣ୍ଟର ପୁଣି କାର୍ଯ୍ୟକ୍ଷମ କରିବା ସହିତ ଟ୍ରେନ୍‌ଗୁଡ଼ିକର ରହଣି ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ସଚେତନ ନାଗରିକ କମିଟି, ଫାଟକ ଷ୍ଟେସନ ସଂଘର୍ଷ ସମିତିର ଆହ୍ବାନରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ଜିଲ୍ଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, ସିପିଆଇ ନେତା ଅଶୋକ ବିଶି, ଏନ୍‌.ଗୋପାଳ, ଜିଲ୍ଲା କଂଗ୍ରେସ ଉପସଭାପତି ଚନ୍ଦ୍ରକାନ୍ତ ମହାନ୍ତି, ଚନ୍ଦ୍ର ପୁରୋହିତ, ଜିଲ୍ଲା ଓକିଲ୍‌ ସଂଘର

ଉପସଭାପତି ବସନ୍ତ ମିଶ୍ର, ସଂପାଦକ ସରୋଜ ସାହୁ, ପୂର୍ବତନ ସଭାପତି ପ୍ରମୋଦ ରଥ, ପୂର୍ବତନ ସଂପାଦକ ରବିରଂଜନ ପୂଜାରୀ, ଆପ୍‌ ନେତା ଲାଲ୍‌ମନି ଲୁଗୁନ୍‌, ଭୂପେନ୍‌ ସାହୁ, ବଜରଂଗ ଦଳର ପଶ୍ଚିମପ୍ରାନ୍ତ ସଂଯୋଜକ ସୁଧୀର ରଂଜନ ବହିଦାର, ଶ୍ରମିକ ନେତା ଗୋକୁଳ ମେହେର, କୋଶଲ୍‌ ସେନାର ଅର୍ପନ ଦାଶ, ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ପାଣିଗ୍ରାହୀ, ସମ୍ବଲ୍‌ ଅନୁଷ୍ଠାନର ସୁବ୍ରତ ପଣ୍ଡା, ବ୍ୟବସାୟୀ ସଂଘର ଆଶିଷ ପାଢ଼ୀ, ଫାଟକ ମହାମାୟା ସଂଘର ବିକାଶ ପଣ୍ଡା, ଆଶିଷ ପାଣିଗ୍ରାହୀ, ପ୍ରଣବ ଶତୃଶଲ୍ୟ, ବରିଷ୍ଠ ନାଗରିକ ସଂଘର ପ୍ରଫୁଲ୍ଲ ହୋତା, ଛାତ୍ର-ଯୁବ ସମାଜରୁ ସୌମ୍ୟରଂଜନ ବଡ଼ପଣ୍ଡା, ଚୁମନ ପ୍ରଧାନ, ମହିଳା ନେତ୍ରୀ ପଦ୍ମିନୀ ଭୋଇ, ପଶ୍ଚିମାଞ୍ଚଳ ବୌଦ୍ଧିକ ମଂଚର ସଦାନନ୍ଦ ପଣ୍ଡା, ସଚେତନ ନାଗରିକ କମିଟିର ଗୌରୀଶଙ୍କର ଦାଶ, ଯୁବନେତା ଧର୍ମରାଜ୍‌ ମରେଇ, ସାମ୍ବାଦିକ ଲିଂଗରାଜ ସାହୁ, ସମାଜସେବୀ ସଂଜିତ ପରିଡ଼ା, ଟିକୁ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ଫାଟକ ଷ୍ଟେସନ ସୁରକ୍ଷା ଓ ଏହାର ଉନ୍ନତି ପାଇଁ ରେଳବାଇ କର୍ତ୍ତୃପକ୍ଷକୁ ଆହ୍ୱାନ ଦେଇଥିଲେ।

ସମ୍ବନ୍ଧିତ ଖବର