ବାରିପଦା: ଆଜି ରାତି ପ୍ରାୟ ୯ଟା ସମୟରେ ବାରିପଦା ସୁନଗଡ଼ିଆ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଗୋଟିଏ ପକ୍ଷର ୩ଜଣ ଯୁବକ ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ଲୋକ ଟାଉନ୍ ଥାନା ଘେରାଉ କରିଛନ୍ତି।
ସୂଚନା ଅନୁଯାୟୀ; ଗୋଟିଏ ଗୋଷ୍ଠୀର କିଛି ଯୁବକ ସୁନଗଡ଼ିଆ ନିକଟରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର କିଛି ଯୁବକ ପହଞ୍ଚି ସେମାନଙ୍କୁ ଅନୁପ୍ରବେଶକାରୀ ସନ୍ଦେହ କରି ପରିଚୟପତ୍ର ମାଗିଥିଲେ। ଏହାକୁ ନେଇ ଗଣ୍ଡଗୋଳ ହେବାରୁ ୩ଜଣ ଆହତ ହୋଇଥିଲେ। ସେମାନଙ୍କୁ ପିଆର୍ଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ପରିବାର ଲୋକେ ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗରିଫ କରିବା ପାଇଁ ଅଡ଼ି ବସିଛନ୍ତି ପରିବାର ଲୋକ ଓ ସମର୍ଥକ। ରାତି ୧୨ଟା ସୁଦ୍ଧା ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି। ଏନେଇ ଟାଉନ୍ ଥାନାଧିକାରୀ ସୁମିତ କୁମାର ସୋରେନ କହିଛନ୍ତି, ଘଟଣାର ତଦନ୍ତ ଆରମ୍ଭ କରିଛୁ। ଦୋଷୀଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dgdagadagd.jpg)