ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ରାସୋଳ ପଞ୍ଚାୟତ ବ୍ରାହ୍ମଣିପାଳସ୍ଥିତ ଟାଟା ଫେରୋ ଆଲଏଜ୍ ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଆଜି ୫ ଦଫା ଦାବି ଦେଇ ଟ୍ରକ୍ ମାଲିକମାନେ ଧାରଣ ଦେଇଛନ୍ତି। ଫଳରେ ପ୍ଲାଣ୍ଟରୁ ପରିବହନ ଠପ୍ ହୋଇଯାଇଛି। ହରିଚନ୍ଦନପୁର ବ୍ଲକ୍ର ରାସୋଳ ଓ ଟାଙ୍ଗିରିଆପାଳ ଏବଂ ଘସିପୁରା ବ୍ଲକ୍ର ରାଧିକାଦେଈପୁର ପଞ୍ଚାୟତର ଲୋକେ ଏହି ପ୍ଲାଣ୍ଟ ଉପରେ ନିର୍ଭର କରିଥାନ୍ତି।
ଏହି ୩ଟି ପଞ୍ଚୟତର ଟ୍ରକ୍ ମାଲିକମାନେ ମଧ୍ୟ ପ୍ଲାଣ୍ଟ ଉପରେ ନିର୍ଭରଶୀଳ। ପ୍ଲାଣ୍ଟରୁ ସ୍ଲଗ୍ ସିଧାସଳଖ ପରିବହନ କରା ନଯାଇ ୟାର୍ଡକୁ ନିଆଯିବା, ସେଠାରୁ ବାହାରକୁ ପରିବହନ କରିବା, ସ୍ଥାନୀୟ ଅଞ୍ଚଳର ସମସ୍ତ ଗାଡ଼ିକୁ ଲୋଡିଂ ପ୍ରଦାନ, ନିୟମ ଅନୁଯାୟୀ ଲୋଡିଂ ଦେବା, ବେକାର ଯୁବକଯୁବତୀଙ୍କୁ ପ୍ଲାଣ୍ଟରେ ନିଯୁକ୍ତି ଏବଂ ଅଞ୍ଚଳବାସୀଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଟ୍ରକ୍ ମାଲିକମାନେ ଦାବି କରିଛନ୍ତି। ଏ ସମ୍ପର୍କିତ ଦାବିପତ୍ର ପ୍ଲାଣ୍ଟ ମୁଖ୍ୟ ଏବଂ ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପରିବହନ କାମ ବନ୍ଦ ରଖିବାକୁ ଟ୍ରକ୍ ମାଲିକମାନେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/17-4.jpg)