ରେମୁଣା ଥାନା ଘେରାଉ

ବାଲେଶ୍ବର: ଗୁରୁବାର ବିଳମ୍ବିତ ରାତିରେ ରେମୁଣା ଥାନା ଘେରାଉ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ‌ଲୋକମାନେ ଥାନା ଘେରାଉ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ମିଳିଥିବା ସୂଚନା ମୁତାବକ ଆଜି ମହାବିଷୁବ ସଂକ୍ରାନ୍ତି ଅବସରରେ ରେମୁଣାରେ ଏକ ଶୋଭାଯାତ୍ରା ବାହାରିଥିଲା। ହେଲେ ୨ ନମ୍ବର  ୱାର୍ଡର ବଗଲପୁରଠାରେ ଶୋଭାଯାତ୍ରାରେ ଯାଉଥିବା କିଛି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପତ୍ତିଜନକ ଓ ଅଶୋଭନୀୟ ଥିଲା। ଯାହାକୁ ନେଇ ପୁଲିସ ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି। ଘଟଣା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨ ନମ୍ବର  ୱାର୍ଡ ସମେତ ବିଭିନ୍ନ ସ୍ଥାନରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପୁଲିସ ପ୍ରଶାସନ ଏହା ଉପରେ କଡ଼ା ନଜର ରଖିଥିବା ଜଣାଯାଇଛି। ତେବେ ରେମୁଣା ଥାନା ପକ୍ଷରୁ ଏ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ।

ସମ୍ବନ୍ଧିତ ଖବର