ଜୟପୁର: କାଗଜ କଳକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଇବା , ଅବସରପ୍ରାପ୍ତ, ମୃତ ଓ ଶ୍ରମିକମାନଙ୍କ ସମସ୍ୟା ସମାଧାନ ଦାବିରେ ରେ ଅବସରପ୍ରାପ୍ତ ଶ୍ରମିକ ମାନେ ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲେ। ଏମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏମାନେ ଦେଇଥିବା ସ୍ମାରକପତ୍ରରେ , ଗତ ୨୦୨୦ ମସିହା ଫେବୃଆରୀ ମାସରୁ ଏମଇଆରପିଏଲ ବା ମଦର ଆର୍ଥ୍ ରିସୋର୍ସ କମ୍ପାନୀ ସେବା କାଗଜ କଳକୁ ହାତକୁ ନେଇଥିଲେ। ଥାପର ଗୃପ୍ ର ବିଜିପିପିଏଲ୍ ସହ ଏକ ବିଟିଏ(ବିଜେନସ୍ ଟ୍ରାନଜକ୍ସନ୍ ଆକାଉଣ୍ଟ) ଦସ୍ତଖତ କରି ଏହା ଜରିଆରେ ୧୫୦ କୋଟି ଟଙ୍କା ବ୍ୟାଙ୍କରୁ ରୁଣ ମଧ୍ୟ ନେଇଛନ୍ତି । କାଗଜକଳ କଞ୍ଚାମାଲ ଅଭାବରୁ ଅଧା ଦିନ ବନ୍ଦ ରହୁଛି ।
ନୂଆ କଂପାନୀ ନେବା ପର ଠାରୁ ଆର୍ଥିକ ସଙ୍କଟ ଆଳ ଦେଖେଇ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ବକେୟା ପାଉଣା ଇତ୍ୟାଦି ଦେଉନାହିଁ । କାମ କରୁଥିବା ନିୟମିତ ଶ୍ରମିକଙ୍କୁ ପୁରା ଦରମା ଦେବା ବଦଳରେ ଅଗ୍ରୀମ ଦରମା ଦେଉଛି। ସର୍ତ୍ତ ରଖିଛି ୫,୫୦୦ ଟନ୍ ମାସିକ ଉତ୍ପାଦନ ହାସଲ ହେବା ପରେ ସବୁ ଦିଆଯିବ। ଗତ ତିନି ବର୍ଷ ପରେ ମଧ୍ୟ ଅବସରପ୍ରାପ୍ତ, ଓ ନିୟମିତ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ତ ଦୂରର କଥା କାରଖାନା ବି କଂଚାମାଲ ଅଭାବରୁ ଅଧାଦିନ ବନ୍ଦ ରହୁଛି। ଏହି ସ୍ଥିତିରେ କାଗଜକଳ କେତେ ଦିନ ଚାଲିବ ସନ୍ଦେହ ରହୁଛି । କାର୍ଯ୍ୟରତ ଶ୍ରମିକମାନଙ୍କୁ ଅଧା ଦରମା ଅଗ୍ରୀମ ଆକାରରେ ଦେଉଛି ଓ ସେଥିରୁ ନୂଆ ଏକାଉଣ୍ଟ୍ କୁ ପି ଏଫ୍ ଯାଉଥିବା ରୁ ଶ୍ରମିକ ମାନେ ବହୁତ କ୍ଷତି ସହିବାକୁ ପଡୁଛି । କାରଖାନା କୁ ଏ ସନ୍ଦେହ ଘେରରୁ ମୁକୁଳାଇ ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ଏବଂ ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛନ୍ତି । ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତିଙ୍କ ନେତୃତ୍ବରେ ଡି ପି ଅଗସ୍ତି,ଅଲେଖ ପାତ୍ର ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଅପରପକ୍ଷରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ କରି ରାଜ୍ୟସରକାର ତୁରନ୍ତ ହସ୍ତକ୍ଷେପ ନ କଲେ କାଗଜକଳ ବନ୍ଦ ହୋଇଯିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରମୁଖ ଶାସନ ସଚିବଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ହୋଇଥିଲା। ରାଜ୍ୟସରକାର ବିଦ୍ୟୁତ ଓ ଜଳକର ଦେୟକୁ ରିହାତି ଦେବାକୁ କହିଥିଲେ ହେଁ ତାହା କାର୍ଯ୍ୟକାରୀ କରିନାହାନ୍ତି। କାଗଜକଳରେ ଅବସରପ୍ରାପ୍ତ ଓ ଅବସର ନେବା ପରେ ମୃତକ, ଶ୍ରମିକ ମାନଙ୍କର ବକେୟା ନୂଆ ପରିଚାଳନା ସଂସ୍ଥା ଦେଉ ନାହିଁ। କଂଚାମାଲ ଅଭାବରୁ ଏହା ଅଧା ଦିନ ବନ୍ଦ ରହୁଛି। ଆଗାମୀ ଦିନରେ କେତେ ବେଳେ ବି ସଂପୁର୍ଣ୍ଣ ରୁପେ ବନ୍ଦ ହେବା ସ୍ଥିତିରେ ରହିଛି। ଏଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ବିଧାୟକ ଅନୁରୋଧ କରିଥିଲେ। ମନ୍ତ୍ରୀ ଏଦିଗରେ ଦୃଷ୍ଟି ଦିଆଯିବ ବୋଲି ଉତ୍ତର ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/32-18.jpg)