ନବରଙ୍ଗପୁର: ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।  ଶୋକସଭା କରିବା ସହ କଲମଛାଡ଼ ଆନ୍ଦୋଳନ କରାଯାଇଛି। ସଂଘ ପକ୍ଷରୁ ପ୍ରତିବାଦ କରି କୋର୍ଟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ବାଇକ୍ ରାଲି କରିଥିଲ ଆଇନଜୀବୀ। ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ୍ ବିଶ୍ୱଜିତ ବର୍ମନ ଏହି ସ୍ମାରକ ପତ୍ର ଗ୍ରହଣ କରିଥିଲେ। ଏଥିରେ ଗତ ୬ ତାରିଖ ଦିନ ବ୍ରହ୍ମପୁର ଠାରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଦୁଇ ର୍ଦୁବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ।

Advertisment

ଏହି ହତ୍ୟା ଘଟଣା ତଦନ୍ତ କରିବା ପାଇଁ ଏସଆଇଟି ଗଠନ କରିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତଦନ୍ତ କରି ଏହି ହତ୍ୟାକାଣ୍ଡ ଚକ୍ରାନ୍ତକୁ ଲୋ‌କଲୋଚନକୁ ଅଣାଯାଉ। ଏଥିରେ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏଥିସହ ମୃତକଙ୍କ ପରିବାରକୁ ସରକାରଙ୍କ ପାଣ୍ଟିରୁ ଏକ କୋଟଇ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ସଂଘ ଦାବି କରିଛି। ଏତଦ୍ ବ୍ୟତୀତ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ଆଡଭୋକେଟ ପ୍ରଟେକସନ୍ ଏକ୍ଟ ପ୍ରଚଳନ କରିବାକୁ ଦାବି ହୋଇଛି। ଏହି ଦାବି ପତ୍ର ପ୍ରଦାନ ପୂର୍ବରୁ ଓକିଲ ସଂଘ ସଭାପତି ସିରାଜୁଦ୍ଧିନ ଅହମ୍ମଦଙ୍କ ନେତୃତ୍ୱରେ ଜିଲ୍ଲା ଦୌରାଜର୍ଜ କୋର୍ଟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହା ପରେ କୋର୍ଟ ଠାରୁ  ଏକ ମଟର ସାଇକେଲ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ  ଆଇନଜୀବୀ ମାନେ ପହଞ୍ଚିଥିଲେ।

ହତ୍ୟା ଘଟଣା ତଦନ୍ତ କରିବା ପାଇଁ ଏସଆଇଟି ଗଠନ କରିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତଦନ୍ତ କରି ଏହି ହତ୍ୟାକାଣ୍ଡ ଚକ୍ରାନ୍ତକୁ ଲୋ‌କଲୋଚନକୁ ଅଣାଯାଉ। ଏଥିରେ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବାହ୍ନରେ ସ୍ଵର୍ଗତ ପଣ୍ଡାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ୮ ତାରିଖ ଠାରୁ ସଂଘର ସଦସ୍ୟ ଓ ସଦସ୍ୟାମାନେ କଲମ ଛାଡ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମରେ ସଂଘର ଉପସଭାପତି ସଦାଶିବ ସାହୁ, ସଂପାଦକ ତପନ କୁମାର ସିଂ, କୋଷାଧ୍ୟକ୍ଷ ସେକ୍ ବାବା ଆଲିସା, ବରିଷ୍ଠ ଆଇନଜୀବୀ ଝାଡେଶ୍ବର ଖାଡାଙ୍ଗା, ସିଏଚ୍ ବାବା ଯୋଗିନ୍ଦର(ମୁରଲୀ), ନରସିଂହ ତ୍ରିପାଠୀ, ରବିନ୍ଦ୍ର ପାଢି, ସଚ୍ଚିଦାନନ୍ଦ ସାଇଁ, ଶଶିଗିରୀ ରାଓ, ହରି ନାରାୟଣ ବେହେରା, ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର, ସନ୍ତୋଷ ମିଶ୍ର, ଦେବି ପ୍ରସାଦ ସିଂ, ପ୍ରଦୀପ ସାହୁ, ମହେଶ୍ଵର ବେବର୍ତା, ସତୀଶ ନାୟକ, ଗୋପାଳ ନାୟକ, ଇମ୍ରାନ ସରିଫ, ମାନସ ତ୍ରିପାଠୀ, ଗୋପାଳ ଶତପଥୀ, ଶ୍ରୀନୀବାସ ପାତ୍ର, ରାମ ନାୟକ, କିଶୋରୀ ପଟ୍ଟନାୟକ, ମୀନାକ୍ଷୀ ପାଢି, ଶତାବ୍ଦି ପାଳ, ମିନତୀ ମହାପାତ୍ର,ରାକ୍ଷୀ ଜୈନ, ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ।  

ସେହିପରି ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ ଓ ରାଇଘର କୋର୍ଟ ସହ ଜିଲ୍ଲାର ବିଭିନ୍ନ ତହସିଲରେ କାମ କରୁଥିବା ଓକିଲମାନେ କଲମ ଛାଡ ଆନ୍ଦୋଳନ କରିବା ସହ ଶୋକସଭା କରିଥିଲେ। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଆଜି ମହକିଲ ମାନେ ହନ୍ତସନ୍ତ ହୋଇଥିଲେ। କୌଣସି କୋର୍ଟରେ କାମ ହୋଇ ପାରିନଥିଲା। 

 Nabarangpur