ନୂଆପଡ଼ା/ସିନାପାଲି/ବୋଡ଼େନ: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପକ୍ଷରୁ ୮ ଦଫା ଦାବି ନେଇ ସିନାପାଲି ଆଇସିଡିଏସ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ସଂଘ ସଭାପତି ପ୍ରେମବଲ୍ଲରୀ ହରପାଲଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ଆନ୍ଦୋଳନରେ ସମ୍ପାଦକ ଭାନୁମତୀ ନାଏକ, ଉପସଭାପତି ଉର୍ମିଳା ସୁନାନୀ, ଜାନକୀ ମେହେର, କବିତା ସାହୁ, ଗୋପାବାଲି ନାଏକ, ସଙ୍ଗୀତା ହଂସ, ଶୁଚିସ୍ମିତା କର, ବେଲମତୀ ମାଝୀ, ରତ୍ନମାଲା, ବନିତା ଜଗତ, ତରୁଲତା ଭୋଇ, ମଥୁରା ଦଣ୍ତସେନା, ସୁନିତା ପତି, କମା ଦେଇ, କୁମୁଦିନୀ ଭୋଇ, କୈକେୟୀଙ୍କ ସମେତ ବହୁ କର୍ମୀ ଓ ସହାୟିକା ସାମିଲ ହୋଇଥିଲେ। ସେହିପରି ବୋଡ଼େନ ବ୍ଲକର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ବୋଡ଼େନ ବସ୍ଷ୍ଟାଣ୍ତରୁ ଶତାଧିକ କର୍ମୀ ଓ ସହାୟିକା ଶୋଭାଯାତ୍ରାରେ ବାହାରି ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଡିପିଓ କାନ୍ତା ବାରିକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବି ଆନ୍ଦୋଳନରେ ବୋଡ଼େନ ବ୍ଲକ ସଭାନେତ୍ରୀ ପ୍ରମୋଦିନୀ ନାଏକ, ସମ୍ପାଦିକା ସସ୍ମିତା ବାଗ, ଉପ ସଭାନେତ୍ରୀ ଘନିତା ନାଗ, ସହ ସମ୍ପାଦିକା ମୀନା ତାଣ୍ତି, ଜୟନ୍ତୀ ମହାନନ୍ଦ, ଗୀତା ସତନାମୀ, ଶାନ୍ତି ସାହୁ, ନିର୍ଗୁଣି ଦଳ, ଜନନୀ ଧରୁଆ, ରୁଦ୍ରାଣୀ ଜଗତ, ଲକ୍ଷ୍ମୀ ହଂସ ପ୍ରମୁଖ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/31-21.jpg)