ବିଜେପି ପକ୍ଷରୁ ଭବାନୀପାଟଣା ବ୍ଲକ୍‌ ଅଫିସ୍‌ ଘେରାଉ

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଭବାନୀପାଟଣା ବ୍ଲକରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଭବାନୀପାଟଣା ବ୍ଲକ ଅଫିସ୍ ଘେରାଉ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ଯୁଗଳ ପୋଢ଼, ଜୟଶଙ୍କର ନାଏକ, ପ୍ରେମନାଥ ନାଏକ, ପୂର୍ବ ଜିଲ୍ଲା ପରିଷଦ ସଭାପତି ଶରତ ନାଏକ, ସ୍ୱଚ୍ଛ ଭାରତ ଆବାହକ ଲୋକନାଥ ଦୁର୍ଗା, ରୋହିତ ଦୁର୍ଗା, ଭାରତ ବୁଦ୍ଧିଆ, ତ୍ରିମୋହନ ସାହୁ, ରାଜେନ୍ଦ୍ର ବାରିକ, ସୁନୀତି ମୁଣ୍ଡ, ଶୋଭାଗିନୀ ପାତ୍ର, ପ୍ରଭାତୀ ଜାଲ, ସନ୍ତୋଷ ବିଶି, କୈଶବ ବିହାରୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର