ଚମ୍ପୁଆ ବିଜେପିର ଘେରାଉ

ଚମ୍ପୁଆ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ଚମ୍ପୁଆ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ମୁରଲୀ ମନୋହର ଶାର୍ମାଙ୍କ ନେତୃତ୍ୱରେ ନମାମିଗଙ୍ଗେର ମହେଶ୍ୱର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର, ଚମ୍ପୁଆ ନଗର ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟ, ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ ମହାନ୍ତ, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମହାନ୍ତ, ସଞ୍ଜୟ ଗିରି, ରଞ୍ଜନ ମହାନ୍ତ, ପଙ୍କଜ ମହାନ୍ତ, ବିଶ୍ଵନାଥ ନନ୍ଦ, ଅବିନାଶ ସାହୁ, ବଳଭଦ୍ର ବେହେରା, ବିନୋଦ ହାଇବୁରୁ ପ୍ରମୁଖ ସାମିଲ ହୋଇଥିଲେ।

ପ୍ରଶାସନିକ ଅଧିକାରୀମାନେ ଅଯୋଗ୍ୟଙ୍କୁ ଆବାସ ଯୋଜନାରେ ସାମିଲ କରିଛନ୍ତି ବୋଲି ଦଳୀୟ ନେତମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ସେମାନଙ୍କୁ ବାଦ୍‌ ଗରିବ ଲୋକଙ୍କୁ ଆବାସ ଯୋଗାଇଦେବାକୁ ଦାବି କରାଯାଇଛି। ଆବାସ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଥିବା ବହୁ ଯୋଗ୍ୟ ଲୋକଙ୍କ ତାଲିକା ବିଡିଓ ଜ୍ୟୋତ୍ସ୍ନା ନାୟକଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର