ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପିର ଧାରଣା

ବାଲିଆପାଳ: ବାଲିଆପାଳ ଥାନା ଅନ୍ତର୍ଗତ କଚୁଆପଡ଼ା ଗ୍ରାମର ସେଖ ସାକତଙ୍କ ପୁଅ ଶେଖ ରାଜତୁଲ୍ଲା(୨୮)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ସାହାବୁଦ୍ଦିନ ସାହାଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ବାଲିଆପାଳ ବିଜେପି ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଶେଖ ରାଜତୁଲ୍ଲାଙ୍କ ପରିବାର ସଦସ୍ୟଙ୍କ ସହ ବିଜେପି ନେତା ଅରବିନ୍ଦ ବେହେରା, ମହେଶ୍ୱର ଜେନା, ଗୌରବ ଅଣ୍ଡିଆ, କ୍ଷିତୀଶ ଜେନା, ମନୋଜ ସି, ଭୃଗୁରାମ ବିଶ୍ୱାଳ, ସତ୍ୟରଞ୍ଜନ ମଣ୍ଡଳ, ନୀଳକଣ୍ଠ ଜେନା, ଅଜୟ କୁମାର ସାହୁ, ବର୍ଷାରାଣୀ ପଢ଼ିଆରୀ, ହରେକୃଷ୍ଣ ବାରିକ, ଦେବାନନ୍ଦ ପିଳା, ପ୍ରଦୀପ କୁମାର ସି, ରୀତାଞ୍ଜଳି ଜେନା, ଜୟନ୍ତ କୁମାର ଜେନା, ନରୋତ୍ତମ ଗିରି, ବସ୍ତା ବିଜେପି ନେତା ସୂ୍ର୍ଯ୍ୟନାରାୟଣ ସାହୁ, ଧୀରେନ କୁମାର ସେଠୀଙ୍କ ସହ ଦଳୀୟ ନେତୃମଣ୍ଡଳୀ ଥାନା ସମ୍ମୁଖରେ ଧାରଣାରେ ବସିରହିଛନ୍ତି।

ଅଭିଯୁକ୍ତ ସାହାବୁଦ୍ଦିନ ଗତ ୨୨ ତାରିଖ ଦିନ ରାଜତୁଲ୍ଲାଙ୍କୁ ଘରୁ ଡାକିନେବା ସହ ବେକରେ ରଶି ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ। ରାଜତୁଲ୍ଲା ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ୯୬/୨୨ନଂ.ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶାହାବୁଦ୍ଦିନଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା। ବାଲିଆପାଳର ବହୁ ଚର୍ଚ୍ଚିତ ରାଜଧାନୀ ଢାବା ନାବାଳକ ମୃତ୍ୟୁ ମାମାଲାରେ ଶାହାବୁଦ୍ଦିନ ମୁଖ୍ୟ ଅଭିଯୁକ୍ତ ଭାବେ ଜାମିନରେ ଅଛନ୍ତି। ଶାସକ ଦଳର ଚାପରେ ପୁଲିସ ଶାହାବୁଦ୍ଦିନଙ୍କୁ ସୁରକ୍ଷା ଦେଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଯେ ପର୍ଯ୍ୟନ୍ତ ପୁଲିସ ଶାହାବୁଦ୍ଦିନଙ୍କୁ ଗିରଫ ନ କରିଛି, ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅରବିନ୍ଦ ବେହେରା ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର